ଓଡ଼ିଶା ଲିଡ୍ସ(ବ୍ରହ୍ମଗିରୀ):ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଗୁମୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ କମଳାସିଙ୍ଗି ଗ୍ରାମରେ ବୁଲା ଗୋରୁ ଗାଈଙ୍କ ସୁରକ୍ଷା ଓ ସେମାନଙ୍କ ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ତୁରନ୍ତ ଏକ ନୂତନ ତଥା ଆଧୁନିକ ଗୋ-ଶାଳା ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି । ଦୀର୍ଘ ଦିନ ହେଲା ଚିଲିକା ଉପକୂଳବର୍ତ୍ତୀ ଏହି ଦୁର୍ଗମ ଅଞ୍ଚଳରେ ଶହ ଶହ ବୁଲା ଗୋରୁ ଆଶ୍ରୟହୀନ ଭାବେ ରାସ୍ତାଘାଟରେ ବୁଲୁଛନ୍ତି। ଉପଯୁକ୍ତ ଖାଦ୍ୟ, ପାନୀୟ ଜଳ ଏବଂ ଚିକିତ୍ସା ଅଭାବରୁ ଅନେକ ସମୟରେ ଏହି ଗୋ-ସମ୍ପଦ ଅକାଳରେ ମୃତ୍ୟୁମୁଖରେ ପଡୁଛନ୍ତି। ଏହା ସହିତ ରାସ୍ତା ଉପରେ ଗୋରୁଙ୍କ ପ୍ରାଦୁର୍ଭାବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଛି । ଏହି ଦୁର୍ଘଟଣା ଉଭୟ ମଣିଷ ଓ ପଶୁ ସମ୍ପଦ ପାଇଁ ବିପଦ ସୃଷ୍ଟି କରୁଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କମଳାସିଙ୍ଗି ଗ୍ରାମରେ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ଥାଇ ଏକ ବୃହତ ଆଧୁନିକ ଗୋ-ଶାଳା ପ୍ରତିଷ୍ଠା କରିବା ଜରୁରୀ ହୋଇପଡ଼ିଛି। ପ୍ରସ୍ତାବିତ ଗୋ ଶାଳାରେ ବୁଲା ଗୋରୁଙ୍କ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳୀ ସହ ନିମ୍ନଲିଖିତ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଦାବି କରାଯାଇଛି । କୃଷ୍ଣପ୍ରସାଦ ଅଞ୍ଚଳରେ ଗୋ-ସମ୍ପଦର ସୁରକ୍ଷା ଓ ରାସ୍ତାଘାଟକୁ ଦୁର୍ଘଟଣାମୁକ୍ତ କରିବା ପାଇଁ ସରକାର ଏହି ଦାବି ପ୍ରତି ସହାନୁଭୂତିର ସହ ବିଚାର କରି ଯଥାଶୀଘ୍ର ନୂତନ ଗୋ-ଶାଳା ନିର୍ମାଣ ପାଇଁ ପାଣ୍ଠି ମଞ୍ଜୁର କରିବାକୁ ସ୍ଥାନୀୟ ଗୋ ପୁତ୍ର ପରିବାର ଏବଂ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହୋଇଛି । ଅପରପକ୍ଷେ ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ ନ କରାଗଲେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।




















