Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ର୍ଜାତୀୟ > ଗର୍ଭବତୀ ସାମ୍ବାଦିକାଙ୍କୁ ରାହୁଲ ଗାନ୍ଧି ଠେଲିଦେବା ନେଇ ଅଭିଯୋଗ, ଅଭିଯୋଗକୁ ଖଣ୍ଡନ କଲା କଂଗ୍ରେସ

ଗର୍ଭବତୀ ସାମ୍ବାଦିକାଙ୍କୁ ରାହୁଲ ଗାନ୍ଧି ଠେଲିଦେବା ନେଇ ଅଭିଯୋଗ, ଅଭିଯୋଗକୁ ଖଣ୍ଡନ କଲା କଂଗ୍ରେସ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସୁପ୍ରିମକୋର୍ଟ ପରିସରରେ ବିରୋଧୀ ଦଳଙ୍କ ପ୍ରତିବାଦ ବେଳେ କଂଗ୍ରେସ ସାଂସଦ ତଥା ବିରୋଧି ଦଳ ନେତା ରାହୁଲ ଗାନ୍ଧି ଜଣେ ସାମ୍ବାଦିକାଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ସାମ୍ବାଦିକା ଜଣକ ତିନି ମାସର ଗର୍ଭବତୀ ଥିବା ଜଣା ଯାଇଛି । ଜାତୀୟ ଗଣମାଧ୍ୟମ ସାମ୍ବାଦିକା ରିଚା ପରାଶର ଏହି ଅଭିଯୋଗ ଆଣିଛନ୍ତି । ରିଚା ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏଭଳି ଅଭିଯୋଗ ଆସିଥିଲା ବେଳେ କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରି ଏହାକୁ ବିଜେପିର ମିଥ୍ୟା ପ୍ରଚାର ବୋଲି କହିଛି। ଏହି ଘଟଣାକୁ ନେଇ ଦୁଇ ଦଳ ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ଜାରି ରହିଛି ।

ରିଚାଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚନ ଆୟୋଗଙ୍କ ଏସଆଇଆରକୁ ନେଇ ବିରୋଧୀ ମେଣ୍ଟ ପକ୍ଷରୁ ପ୍ରତିବାଦ ଚାଲିଥିବା ବେଳେ ସେ ସୁପ୍ରିମକୋର୍ଟ ପରିସରରେ ରାହୁଲ ଗାନ୍ଧିଙ୍କ ବାଇଟ୍‌ ନେବାକୁ ଅପେକ୍ଷା କରିଥିଲେ। ସେ ମଧ୍ୟ ରାହୁଲ ଗାନ୍ଧିଙ୍କ ଆଡ଼କୁ ମାଇକ୍‌ ବଢ଼ାଇଥିଲେ। ରାହୁଲ ମାଇକ୍‌ ହଟାଇବାକୁ ଇଙ୍ଗିତ କରିବାରୁ ସେ ମାଇକ୍‌ ପଛକୁ ନେଇଥିଲେ। ଏହି ସମୟରେ ଅନ୍ୟ ସାମ୍ବାଦିକମାନେ ମାଇକ୍‌ ଆଗକୁ ବଢ଼ାଇବାରୁ ସେ ପୁଣି ମାଇକ୍‌ ଆଗକୁ ବଢ଼ାଇଥିଲେ ।

ଏହି ସମୟରେ ରାହୁଲ ତାଙ୍କ ହାତକୁ ଧରି ଜୋର୍‌ରେ ଟାଣି ଦେଇଥିଲେ। ପରେ ସୁରକ୍ଷାକର୍ମୀମାନେ ମଧ୍ୟ ତାଙ୍କୁ ଠେଲି ଦେବାରୁ ସେ ସୁପ୍ରିମକୋର୍ଟ ପ୍ରବେଶ ପଥରେ ଥିବା ପାହାଚ ଉପରେ ମୁହଁ ମାଡ଼ି ପଡ଼ିଯାଇଥିଲେ। ପଡିଯିବା ଫଳରେ ତାଙ୍କ ଆଣ୍ଠୁ ଓ ପେଟ ତଳେ ମାଡ଼ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହା ସହ ରାହୁଲ ତାଙ୍କ କ୍ୟାମେରା ମ୍ୟାନଙ୍କୁ ମଧ୍ୟ ଠେଲି ଦେଇଥିଲେ । କ୍ୟାମେରା ମ୍ୟାନ ରିଚାଙ୍କ ଉପରେ ପଡ଼ିଯିବା ପରେ ଅନ୍ୟ କେତେଜଣ ମଧ୍ୟ ତାଙ୍କ ଉପରେ ପଡ଼ିଯାଇଥିବା ରିଚା ଅଭିଯୋଗ କରିଛନ୍ତି। ଏହି ଠେଲାପେଲା ଭିତରେ ତାଙ୍କ ମୋବାଇଲ୍‌ ଫୋନ୍‌ ଭାଙ୍ଗିଯାଇଥିବା ବେଳେ ମାଇକ୍‌ର ରିସିଭର ମଧ୍ୟ ଖସିଯାଇଥିବା ରିଚା କହିଛନ୍ତି। ଏ ନେଇ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା କୌଣସି ରାଜନୈତିକ ଦଳର ପ୍ରସଙ୍ଗ ନୁହେଁ। ସେ ଜଣେ ସାଧାରଣ ନାଗରିକ ଓ କାର୍ଯ୍ୟରତ ସାମ୍ବାଦିକା।

ଘଟଣା ପରେ ତାଙ୍କୁ ନେଇ ସୋସିଆଲ୍‌ ମିଡିଆରେ ବିଭିନ୍ନ ମନ୍ତବ୍ୟ ଦିଆଯାଉଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଏ ନେଇ ରିଚା ଘଟଣା ସମୟର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। କିନ୍ତୁ କଂଗ୍ରେସ ନେତା ଓ ସମର୍ଥକମାନେ ଏହି ଭିଡିଓରେ ରାହୁଲ ଗାନ୍ଧି ତାଙ୍କୁ ଟାଣିବା କିମ୍ବା ଠେଲିବା ସ୍ପଷ୍ଟ ଦେଖାଯାଉନାହିଁ ବୋଲି ଦାବି କରିଛନ୍ତି। ଭିଡିଓକୁ ନେଇ ଦୁଇ ପକ୍ଷ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଅନ୍ୟ ପକ୍ଷରେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ସୋସିଆଲ୍‌ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ରିଚାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଘଟଣାର ସମୟ ଓ ହସ୍ପିଟାଲ୍‌ରେ ପହଞ୍ଚିବା ସମୟ ମଧ୍ୟରେ ମେଳ ଖାଉନାହିଁ ବୋଲି କହିଛନ୍ତି । ବିଜେପି ଏହି ଘଟଣାକୁ ରାଜନୈତିକ ପ୍ରଚାରର ରୂପ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଅଳକା ଲମ୍ବା । ତେବେ ଗର୍ଭାବସ୍ଥାରେ ତାଙ୍କର ଏକ୍ସରେ କେମିତି ହେଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

Leave a comment

Your email address will not be published. Required fields are marked *