ଓଡ଼ିଶା ଲିଡ୍ସ(ବ୍ୟୁରୋ): ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଯୋଗଦେଇ ଫେରୁଥିଲା ବେଳେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ଗାଡି ଉପରେ ଏକ ଗଛ ଭାଙ୍ଗି ପଡିଥିଲା । କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁଁ ହଠାତ୍ ଗଛ ଉପୁଡ଼ି ବିଧାୟକଙ୍କ ଗାଡ଼ି ଉପରେ ପଡ଼ିଯାଇଥିଲା । ବିଧାୟକ ମଙ୍ଗୁ ଖିଲ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ରାସ୍ତାରେ ଗଛ ପଡ଼ି ରହିଥିବାରୁ ସେ ଅଧା ବାଟରେ ଦୀର୍ଘ ସମୟ ଧରି ଅଟକି ରହିଥିଲେ ।




















