ଓଡ଼ିଶା ଲିଡ୍ସ(ପୋଲସରା): ପୋଲସରା ପୌର ପରିଷଦ ଅନ୍ତର୍ଗତ ଦିବ୍ୟ ଜୀବନ ସଙ୍ଘ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ପୋଲସରା ନିର୍ବାଚନ ମଣ୍ଡଳୀ ପକ୍ଷରୁ “ସଂକଳ୍ପରୁ ସିଦ୍ଧି” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ କାମନା କରାଯାଇଥିଲା । ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଓ ଶତାଧିକ ନେତା ଓ କର୍ମୀ ଦୀପ ଦାନ କରି ପୂଜା ଓ ପ୍ରାର୍ଥନା କରିଥିଲେ l ଦେଶର ସର୍ବାଧିକ ସମୟ ଧରି ଜନକଲ୍ୟାଣ ପାଇଁ ନିରନ୍ତର ଭାବେ ସମର୍ପିତ ପ୍ରଧାନମନ୍ତ୍ରୀ ଭାବରେ ମୋଦୀଙ୍କ ୪,୩୯୯ ଦିନର ଐତିହାସିକ ଯାତ୍ରାକୁ ସ୍ମରଣ କରାଯିବା ସହ ତାଙ୍କର ଦୂରଦର୍ଶୀ ନେତୃତ୍ୱରେ ବିକଶିତ ଭାରତ ଗଠନର ସଂକଳ୍ପକୁ ସମର୍ଥନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବନେତା ଦୀପକ କୁମାର ପ୍ରଧାନ, ପୋଲସରା ମଣ୍ଡଳ ସଭାପତି ରାମକୃଷ୍ଣ ପ୍ରଧାନ, ମଥୁରା ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଜେନା, ହାତୀଓଟ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ, ନୀଳମାଧଵ ସାହୁ, ରଘୁନାଥ ପଣ୍ଡା, ଦୀପକ ପୋଲାଇ, ପ୍ରଭାରୀ ପ୍ରସନ୍ନ କୁମାର ଡାକୁଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ, ଗୀତାଞ୍ଜଳି ନାୟକ, ଗାୟତ୍ରୀ ଜେନାଙ୍କ ସମେତ ଶତାଧିକ ବିଜେପି କର୍ମୀ ଯୋଗଦେଇଥିଲେ।




















