ଓଡ଼ିଶା ଲିଡ୍ସ(ଯାଜପୁର): ହଠାତ ଚିନିର ମୂଲ୍ୟ ବୃଦ୍ଧି ପାଇ ଜେଜି ପ୍ରତି ୭୦ ଟଙ୍କାରେ ପହଞ୍ଚି ଯାଇଛି । ଚିନି ଖୋଲା ବଜାରରେ ୫୦ ରୁ ୫୨ ଟଙ୍କାରେ ବିକ୍ରି ହେଉଥିଲା ବେଳେ ହଠାତ ୭୦ ଟଙ୍କା କେଜି ପ୍ରତି ମୂଲ୍ୟ ହେବା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । ଅନ୍ୟ ପକ୍ଷରେ ଚିନିର ମୂଲ୍ୟବୃଦ୍ଧି ମିଠା ବ୍ୟବସାୟ ଉପରେ ସିଧା ପ୍ରଭାବ ପକାଇଛି । ବିଭିନ୍ନ ମିଠା ପ୍ରସ୍ତୁତିରେ ଚିନିର ଆଵଶ୍ୟକତା ଥିଲା ବେଳେ ଆଗାମୀ ଦିନରେ ମିଠାର ମୂଲ୍ୟବୃଦ୍ଧି ହେବ ବୋଲି ମିଠା ବ୍ୟବସାୟୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।




















