ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଚିଲିକା ମଝିରେ ନିଆରା ଢଙ୍ଗରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି । ଗାନ୍ଧୀଙ୍କ ଅହିଂସା ନୀତି ଓ ସ୍ୱଚ୍ଛ ନୀତି ସମସ୍ତଙ୍କୁ ଆକର୍ଷିତ କରିଥିଲା। ତାଙ୍କର ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା ଭଳି ମହାନ କାମ ପାଇଁ ତାଙ୍କୁ ମହାତ୍ମା ନାମରେ ନାମିତ କରାଯାଇଥିଲା । ତାଙ୍କର ଅହିଂସା ନୀତିକୁ ମନେ ପକେଇ ତାଙ୍କ ଜୟନ୍ତୀ ପାଇଁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ନୂଆପଡାର ଅର୍କୁସା ଆଇଟି କମ୍ପ୍ୟୁଟର ସେଣ୍ଟର ର ଛାତ୍ରଛାତ୍ରୀ ମାନେ ଚିଲିକା ମଝିରେ ଗାନ୍ଧୀ ଜୟନ୍ତୀ ପାଳନ କରିବା ସହିତ ଚିକିକା କୂଳକୁ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫା କରିଛନ୍ତି। ଛାତ୍ରଛାତ୍ରୀ ମାନେ ଗାନ୍ଧିଜୀଙ୍କ ଅହିଂସା ନୀତିକୁ ମାନିବା ସହିତ ଦେଶକୁ ସ୍ୱଚ୍ଛ ରଖିବା ପାଇଁ ଶପଥ ନେଇଥିଲେ ।



















