ଓଡ଼ିଶା ଲିଡ୍ସ(ଯାଜପୁର): ବାଡ଼ା ନଥିବାରୁ କନ୍ତକାର ସେତୁ ପଥଚାରୀଙ୍କ ପାଇଁ ବିପଦର କାରଣ ହୋଇଛି । ବରୀ ବ୍ଳକର ପ୍ରମୁଖ ରାସ୍ତାରେ ଥିବା ଏହି ସେତୁର ସଂଯୋଗୀକରଣ ରାସ୍ତାରେ ସ୍ଥାୟୀ ଓ ଦୃଢ଼ ବାଡ଼ା ନିର୍ମାଣ କରିବାକୁ ବିଭାଗ ଗୁରୁତ୍ୱ ଦେଇ ନଥିଲା । ଏ ନେଇ ବରୀର ସାମାଜିକ ଅନୁଷ୍ଠାନ “ଜାଗ୍ରତ ବରୀ” ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ବାଡ଼ା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ କନ୍ତକାର ସେତୁ ନିକଟକୁ ଆସି ସ୍ଥିତି ପରଖିବା ସହିତ ସମ୍ପୃକ୍ତ ଠିକାଦାରଙ୍କୁ ବାଡ଼ା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣା ଯାଇଛି । ତୁରନ୍ତ ଏହି ବାଡ଼ା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବରୀବାସୀ ଆଶା କରିଛନ୍ତି ।




















