ଓଡ଼ିଶା ଲିଡ୍ସ(ବ୍ରହ୍ମଗିରି):
ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପଣସପଦା ପଞ୍ଚାୟତର ଚନ୍ଦନପୁରଠାରେ ଏକ ଜଳଛତ୍ର ଉଦଘାଟିତ ହୋଇଯାଇଛି। ପଥିକ ଓ ସ୍ଥାନୀୟ ଜନସାଧାରଣଙ୍କୁ ଶୋଷରୁ ରକ୍ଷା କରିବା ପାଇଁ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଜଳଛତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ଆଶା କର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀମାନେ ମିଳିତ ଭାବେ ସହଯୋଗର ହାତ ବଢ଼ାଇଛନ୍ତି। ଗ୍ରୀଷ୍ମ ସମୟରେ ରାସ୍ତାରେ ଯାଉଥିବା ଲୋକମାନେ ଯେପରି ଜଳକଷ୍ଟ ଅନୁଭବ ନକରନ୍ତି ସେଥିପାଇଁ ସେମାନେ ନିଜେ ଉପସ୍ଥିତ ରହି ପାନୀୟ ଜଳ ଓ ଦହିପାଣି ସହିତ ଓଆରଏସ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଏହି ମାନବିକ କାର୍ଯ୍ୟକୁ ନେଇ ପ୍ରଶଂସା କରାଯାଇଛି।




















