ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରୁ ବନ୍ୟା ଜଳ କମୁନାହିଁ । ବ୍ରାହ୍ମଣୀ ବନ୍ୟାରେ କଲେଜ ପରିସରରେ ବନ୍ୟା ଜଳ ପ୍ରବେଶ କରି ସମ୍ପୂର୍ଣ୍ଣ ପରିସର କୁ ବନ୍ୟା ପ୍ଲାବିତ କରିଥିଲା । କଲେଜ ପରିସରରେ ପ୍ରାୟ ଦୁଇ ଫୁଟ ବନ୍ୟା ଜଳ ମାଡି ଯାଇଥିଲା । ଦୁଇଦିନ ହେଲା ବନ୍ୟା ଛାଡିଥିଲା ବେଳେ କଲେଜ ପରିସରରୁ ବନ୍ୟା ଜଳ ନିଷ୍କାସିତ ନହୋଇ ରହିଛି । ଫଳରେ କଲେଜର ଦୈନିକ କାର୍ଯ୍ୟ ସହିତ ପିଲାଙ୍କ ପାଠ ପଢା ବ୍ୟାହତ ହୋଇଛି । ପୂର୍ବରୁ ଅଧିକ ବର୍ଷା ହେଲେ ମଧ୍ୟ କଲେଜ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷା ପାଣି ଜମି ରୁହେ । ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଏହି ସମସ୍ୟା ଦେଖାଦେଉଥିଲା ବେଳେ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।




















