ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ଜେଡିୟୁରେ ସାମିଲ ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର । ଆଜି ସେ ବିଧିବଦ୍ଧ ଭାବେ ଜେଡିୟୁରେ ସାମିଲ ହୋଇଛନ୍ତି। ପାଟନାରେ ଥିବା ଜେଡିୟୁ ମୁଖ୍ୟାଳୟରେ ସେ ନୀତିଶଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି। ଦଳରେ ମିଶିବା ଫଳରେ ବିହାର ରାଜନୀତିରେ ତାଙ୍କର ଏଣ୍ଟ୍ରୀ ହୋଇଛି ।
ଅନ୍ୟପକ୍ଷରେ ନୀତୀଶ କୁମାର ଦୀର୍ଘ ୨୦ ବର୍ଷ ପରେ ବିହାର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଯାଉଛନ୍ତି। ନୀତୀଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।
୫୦ ବର୍ଷୀୟ ନିଶାନ୍ତ କୁମାର ଜେଡିୟୁରେ ସାମିଲ ହେବା ପରେ ଦଳର ଜାତୀୟ କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝାଙ୍କ ଠାରୁ ସଦସ୍ୟତା ଗ୍ରହଣ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଲଲନ ସିଂହ ଓ ବିହାରର ଉପ ମୁଖ୍ୟମନ୍ତ୍ରୀ ବିଜୟ ଚୌଧୁରୀଙ୍କ ସହିତ ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନିଶାନ୍ତ ଦଳରେ ସାମିଲ ହୋଇଛନ୍ତି ।ନିଶାନ୍ତ କୁମାର ଜେଡିୟୁରେ ସାମିଲ ହୋଇଥିବାରୁ ଆଗାମୀ ଦିନରେ ସେ ବିହାରର ଉପ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।




















