ଓଡ଼ିଶା ଲିଡ୍ସ(ବ୍ରହ୍ମଗିରି): ପବିତ୍ର ବାହୁଡ଼ାଯାତ୍ରା ପରେ ପାଳନ କରାଯାଉଥିବା ଶ୍ରୀଜଗନ୍ନାଥଙ୍କ ପବିତ୍ର ଅଧରପଣା ନୀତି ଅବସରରେ ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଦେଉଳପଡା ସ୍ଥିତ ଆରାଧ୍ୟ ଦେବ ବାବା କମଳେଶ୍ୱରଙ୍କ ପୀଠରେ ଅଧରପଣା ଉତ୍ସବ ପାଳିତ ହୋଇଯାଇଛି।
ଏହି ଅବସରରେ କମଳେଶ୍ୱର ପୀଠର ସେବାୟତ ରବୀନ୍ଦ୍ର ଦାଶ ଓ ଜଗନ୍ନାଥ ଦାଶ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିବା ସହିତ ଅଧରପଣା ନୀତି ସମ୍ପନ୍ନ କରିଥିଲେ। ଜୟ ଜଗନ୍ନାଥ କ୍ଲବର ସଭାପତି ସୁରେଶ ଚନ୍ଦ୍ର ଦିହୁଡିଆ ଏବଂ ସମ୍ପାଦକ ଲୋଟନ ଦାଶଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳିତ ହୋଇଥିଲା।
ଉତ୍ସବରେ ଗ୍ରାମର ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଅଧରପଣା ନୀତିରେ ସାମିଲ ହୋଇଥିଲେ। ଏହି ଅବସରରେ ମହାପ୍ରଭୁଙ୍କ ନିକଟରେ ବିଶ୍ୱ ଶାନ୍ତି ସହିତ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରାଯାଇଥିଲା।




















