ଓଡ଼ିଶା ଲିଡ୍ସ(ଯାଜପୁର): ଲଘୁଚାପ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସୂଚନା ଦେଇଛି ପାଣିପାଗ ବିଭାଗ । ପ୍ରବଳରୁ ଅତି ପ୍ରବକ ବର୍ଷା ଆଶଙ୍କା ଥିବା ଜିଲ୍ଲା ମଧ୍ୟରେ ଯାଜପୁର ଜିଲ୍ଲା ମଧ୍ୟ ରହିଛି । ଆଜି ମଧ୍ୟାହ୍ନରୁ ଯାଜପୁର ଜିଲ୍ଲାର ଆକାଶ ମେଘାଛନ୍ନ ରହିବା ସହିତ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଆଶଙ୍କା ଥିବା ଜିଲ୍ଲା ଗୁଡିକ ମଧ୍ୟରୁ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ସହିତ ସରକାରୀ ଓ ଘରୋଇ ବିଦ୍ୟାଳୟ ଗୁଡିକୁ ଜିଲ୍ଲା ପ୍ରଶାସନ ଛୁଟି ଘୋଷଣା କରିଛନ୍ତି । ଯାଜପୁର ଜିଲ୍ଲାରେ ବର୍ଷା ଲାଗି ରହିଥିଲା ବେଳେ ଓ ଆଗକୁ ଅଧିକ ବର୍ଷାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଆସନ୍ତା କାଲି ସମସ୍ତ ବିଦ୍ୟାଳୟ ଗୁଡିକୁ ଛୁଟି ଘୋଷଣା କରିବାକୁ ଅବିଭାବକ ମାନେ ଦାବି କରିଛନ୍ତି ।




















