ଓଡ଼ିଶା ଲିଡ୍ସ(ବ୍ୟୁରୋ): ନିରବୀ ଯାଇଛନ୍ତି ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ । ଆଜି ସନ୍ଧ୍ୟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ଅସୁସ୍ଥ ହୋଇ ଗତ ୧୩ ତାରିଖରେ ସେ ଚିକିତ୍ସାଳୟରେ ଚିକିତ୍ସାଧିନ ଥିଲେ । ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇ ଯାଇଛି । ୧୯୭୦ ମସିହାରୁ ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କ ସୁଲଳିତ ସ୍ବର ଶୁଣିବାକୁ ମିଳିଥିଲା । ଅକ୍ଷୟ ମହାନ୍ତିଙ୍କ ସହ ତାଙ୍କର ଡୁଏଟ ବହୁତ ଲୋକପ୍ରିୟ ହୋଇଥିଲା । ତାଙ୍କ ଦେହାନ୍ତ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।




















