orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ନେଟୱର୍କ ପାଇଁ ହରିପୁରବାସୀ ହନ୍ତସନ୍ତ: ବାଟବଣା ଡିଜିଟାଲ୍ ଇଣ୍ଡିଆ ସ୍ୱପ୍ନ

ନେଟୱର୍କ ପାଇଁ ହରିପୁରବାସୀ ହନ୍ତସନ୍ତ: ବାଟବଣା ଡିଜିଟାଲ୍ ଇଣ୍ଡିଆ ସ୍ୱପ୍ନ

ଓଡ଼ିଶା ଲିଡ୍ସ(ବ୍ରହ୍ମଗିରି): ଚିଲିକା ହ୍ରଦ ମଧ୍ୟରେ ଥିବା କୃଷ୍ଣପ୍ରସାଦ ବ୍ଲକର ହରିପୁର ଗ୍ରାମବାସୀଙ୍କ ପାଇଁ ଡିଜିଟାଲ୍ ସେବା ଏବେ ଏକ ବଡ଼ ଦୁଃସ୍ୱପ୍ନ ପାଲଟିଛି । ରିଲାଏନ୍ସ ଜିଓ ପରି ପ୍ରତିଷ୍ଠିତ କମ୍ପାନୀର ନେଟୱର୍କ ସେବା ଏଠାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଫଳରେ ହରିପୁରବାସୀ ବିଶେଷ କରି ଛାତ୍ରଛାତ୍ରୀମାନେ ନେଟୱର୍କ ଟିକେ ପାଇବା ବିଭିନ୍ନ ସ୍ଥାନକୁ ବିପଦପୂର୍ଣ୍ଣ ଭାବେ ଯିବାକୁ ବାଧ୍ୟ ହେଉଛନ୍ତି ।

ହରିପୁରର କୋମଳମତି ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍ ପାଠପଢ଼ା ଏବଂ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ସମ୍ବନ୍ଧୀୟ ତଥ୍ୟ ପାଇବା ପାଇଁ ଗ୍ରାମଠାରୁ ଦୂରରେ ଥିବା ଉଚ୍ଚା ବନ୍ଧ କିମ୍ବା ପାହାଡ଼ିଆ ସ୍ଥାନକୁ ଯାଇ ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି । ନେଟୱର୍କ ଅଭାବରୁ ସେମାନଙ୍କର ଶିକ୍ଷା ଗ୍ରହଣରେ ବଡ଼ ବାଧା ସୃଷ୍ଟି ହେଉଛି । ନେଟୱର୍କ ଖୋଜିବା ପାଇଁ ଛାତ୍ରଛାତ୍ରୀମାନେ ଅନେକ ସମୟରେ ବିପଦପୂର୍ଣ୍ଣ ଘର ଉପରେ ଚଢ଼ୁଛନ୍ତି କିମ୍ବା ନିଛାଟିଆ ସ୍ଥାନକୁ ଯାଉଛନ୍ତି, ଯେଉଁଠାରେ ବନ୍ୟଜନ୍ତୁ କିମ୍ବା ସରୀସୃପଙ୍କ ଭୟ ଲାଗି ରହିଥାଏ । ହରିପୁର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ଜିଓ କମ୍ପାନୀ ପ୍ରତି ମାସରେ ମୋଟା ଅଙ୍କର ରିଚାର୍ଜ ଟଙ୍କା ନେଉଛି, କିନ୍ତୁ ଗ୍ରାମରେ ସେବା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଆମେ ଡିଜିଟାଲ୍ ଇଣ୍ଡିଆ କଥା ଶୁଣୁଛୁ, କିନ୍ତୁ ହରିପୁରରେ ଆମ ପିଲାମାନଙ୍କୁ ପାଠ ପଢିବା ପାଇଁ ନେଟୱର୍କ ମିଳୁନାହିଁ ବୋଲି ଜଣେ ସ୍ଥାନୀୟ ଅଭିଭାବକ କ୍ଷୋଭର ସହ କହିଛନ୍ତି ।

ହରିପୁର ବାସିନ୍ଦାଙ୍କ ଏହି ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି । ଚିଲିକା ଟାପୁ ଅଞ୍ଚଳରେ ତୁରନ୍ତ ଏକ ନୂତନ ଶକ୍ତିଶାଳୀ ମୋବାଇଲ୍ ଟାୱାର ସ୍ଥାପନ କରାଯିବାକୁ ଦାବି ହୋଇଛି ।

Leave a comment

Your email address will not be published. Required fields are marked *