ଓଡ଼ିଶା ଲିଡ୍ସ(ଯାଜପୁର): ବରୁଆଁ-ଯାଜପୁର ମୁଖ୍ୟ ରାସ୍ତାର ବଉଳମୂଳ ଛକରେ ହୋଇଥିବା ଖାଲରେ ପଡି ୧୫ ରୁ ଉର୍ଦ୍ଧ୍ଵ ବାଇକ ଚାଳକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ମହିଳା ଓ ଯୁବତୀ ମଧ୍ୟ ଅଛନ୍ତି । ଏହି ସ୍ଥାନରେ ବର୍ଷା ହେଲେ ବିପୁଳ ପରିମାଣର ପାଣି ଜମି ରହୁଛି । ଫଳରେ ଏହି ସ୍ଥାନରେ ବିରାଟ ଖାଲ ସୃଷ୍ଟି ହୋଇଛି । ଏହାର ମରାମତି କରାଯାଉ ନଥିବାରୁ ଦିନକୁ ଦିନ ଖାଲରେ ପାଣି ଜମି ଖାଲର ଗଭୀରତା ବୃଦ୍ଧି ପାଉଛି ।

ଆଜି ଲଗାଣ ବର୍ଷାରେ ବିପୁଳ ପାଣି ଜମିଥିଲା ବେଳେ ଖାଲ ଜଣା ପଡିନଥିଲା । ଫଳରେ ବାଇକ ଚାଳକ ମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତୁରନ୍ତ ଏହି ଖାଲକୁ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି । ଏହାର ତୁରନ୍ତ ମରାମତି ନହେଲେ ଆଗକୁ ବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ।




















