ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲା ବରୀ ବ୍ଳକ ୨୩ ନମ୍ବର ଜୋନ ଜିଲ୍ଲା ପରିଷଦର ପୂର୍ବତନ ସଭ୍ୟ ସମର ବଲ୍ଲଭ ବେହେରାଙ୍କର ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ତଳେ ହୃଦ ଜନିତ ରୋଗରେ ପୀଡିତ ହୋଇ ଅସ୍ତ୍ରୋପଚାର କରିଥିଲେ । ହେଲେ ଦୁଇଦିନ ତଳେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା । ତାଙ୍କ ଦେହାନ୍ତ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ରମ୍ପା ସ୍ଥିତ ବାସ ଭବନକୁ ଯାଇ ତାଙ୍କ ଶେଷ ଦର୍ଶନ କରିଥିଲେ । ଗ୍ରାମ୍ୟ ସ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଜଣେ ମିଷ୍ଠଭାସୀ, ସରଳ ବ୍ୟକ୍ତି ଭାବେ ସେ ବେଶ ପରିଚିତ ଥିଲେ । ଯୁବାବସ୍ଥାରେ ଜଣେ ସଫଳ କ୍ରିକେଟ ଖେଳାଳି ଭାବେ ସେ ବେଶ ସୁନାମ ଅର୍ଜନ କରିଥିଲେ ।




















