ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟସଭାକୁ ନିର୍ବାଚିତ ହେଲା ପରେ ସାଂସଦ ଦିଲ୍ଲୀପ ରାୟ ଓ ତାଙ୍କ ପତ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ରାଜ୍ୟସଭା ନିର୍ବାଚନରେ ବିଜେପି ଦଳ ତାଙ୍କୁ ସମର୍ଥନ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହିତ ତାଙ୍କ ସହିତ ବିଭିନ୍ନ ବିଷୟରେ ସୌଜନ୍ୟ ମୂଳକ ଆଲୋଚନା ମଧ୍ୟ କରିଛନ୍ତି ଶ୍ରୀ ରାୟ ।




















