ଓଡ଼ିଶା ଲିଡ୍ସ(ଯାଜପୁର): ବଡସୁଆର ରୁ କମଳପୁରକୁ ଯୋଗା ଯୋଗ କରୁଥବା କେନାଲ ବନ୍ଧ ରାସ୍ତା ପଥଚାରୀଙ୍କ ପାଇଁ ବିପଦର କାରଣ ହୋଇଛି । ଦୀର୍ଘଦିନ ହେଲା ରାସ୍ତା ଭାଙ୍ଗିରୁଜି ଯାଇଥିବାରୁ ପଥଚାରୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ହେଲେ ଜଳ ସଂପଦ ବିଭାଗ ଅଧିନରେ ଥିବା ଏହି ରାସ୍ତା ମରାମତି କରିବାକୁ ବିଭାଗ ଗୁରୁତ୍ୱ ଦେଉନାହିଁ । ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।




















