ଓଡ଼ିଶା ଲିଡ୍ସ(ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ବୁଧବାର ଦିନ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏକ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଅସ୍ତ୍ରୋପଚାର ସମ୍ପର୍କରେ କୌଣସି ଅଧିକ ତଥ୍ୟ ପ୍ରକାଶ କରାଯାଇ ନାହିଁ।
୭୯ ବର୍ଷୀୟା ସୋନିଆ ଗତ କିଛି ବର୍ଷ ଧରି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି । ଫଳରେ ତାଙ୍କୁ ବାରମ୍ବାର ମେଡିକାଲରେ ଭର୍ତ୍ତି କରାଯାଉଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ଅସୁସ୍ଥତା ଅନୁଭବ କରିବାରୁ ଦିଲ୍ଲୀର ସାର ଗଙ୍ଗା ରାମ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିଥିଲେ। ଗତ ଜାନୁଆରୀ ମାସରେ ମଧ୍ୟ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ବ୍ୟତୀତ ୨୦୨୫ ମସିହାରେ ମଧ୍ୟ ପେଟ ଜନିତ ସମସ୍ୟା ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେ ଦିଲ୍ଲୀ ଏବଂ ଅନ୍ୟ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।




















