Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ରାଜ୍ୟ > ବଦଳିବ ରାଜ୍ୟ ରାଜନୀତି ! ବିଜୁ ଲିଗାସୀକୁ ନେଇ ନୂଆ ଦଳର ସୃଷ୍ଟି ସମ୍ଭାବନା

ବଦଳିବ ରାଜ୍ୟ ରାଜନୀତି ! ବିଜୁ ଲିଗାସୀକୁ ନେଇ ନୂଆ ଦଳର ସୃଷ୍ଟି ସମ୍ଭାବନା

ଓଡିଶା ଲିଡ୍ସ(ବ୍ୟୁରୋ): ଗତ ରାଜ୍ୟସଭା ନିର୍ବାଚନ ପରେ ରାଜ୍ୟ ରାଜନୀତି ଭିନ୍ନ ମୋଡ଼ ନେବାକୁ ଯାଉଛି । ଓଡ଼ିଶା ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ସର୍ବାଧିକ ବିଧାୟକ ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଯାଇ କ୍ରସ ଭୋଟିଂ କରି ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଜୟୀ କରିଛନ୍ତି । ଗତକାଲି ୧୧ ଜଣ ବିଧାୟକ କ୍ରସ ଭୋଟିଂ କରିଥିଲା ବେଳେ ବିଜେଡିରୁ ସର୍ବାଧିକ ୮ ଜଣ ଓ କଂଗ୍ରେସରୁ ୩ ଜଣ କ୍ରସ ଭୋଟିଂ କରିଛନ୍ତି । ବିଜେଡିର ୮ ବିଧାୟକଙ୍କ ମଧ୍ୟରୁ ଦୁଇଜଣ ପୂର୍ବରୁ ଦଳରୁ ନିଲମ୍ବିତ ହୋଇଥିଲେ । ହେଲେ ଅନ୍ୟ ୬ ଜଣ ଶେଷ ମୁହୂର୍ତ୍ତରେ ଦଳର ନେତା ଓ ଦଳର ନିଷ୍ପତ୍ତିକୁ ଅବଜ୍ଞା କରି ସ୍ୱାଧୀନ ମତ ପୋଷଣ କରି ସ୍ୱାଧୀନ ପ୍ରାର୍ଥୀ ଅନୁଭବୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇ ନିର୍ବାଚିତ କରିବା କେବଳ ବିଜେଡିକୁ ନୁହେଁ ରାଜ୍ୟବାସୀଙ୍କୁ ମଧ୍ୟ ଚକିତ କରିଛି । ଦଳୀୟ ନିଷ୍ପତ୍ତିରୁ ବାହାରି ବିଜେଡି ବିଧାୟକ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେବା ଦଳ ଭିତରେ କମ୍ପନ ସୃଷ୍ଟି କରିଛି । ବିଜେଡି ଦଳରେ ନବୀନଙ୍କ ନେତୃତ୍ୱ ଆହ୍ବାନର ସମ୍ମୁଖୀନ ହେବା ଏହା ସ୍ପଷ୍ଟ କରୁଛି । ଏହି ଘଟଣା ଦଳର ଅନ୍ୟ ନେତୃମଣ୍ଡଳୀଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି । ନିର୍ବାଚନ ଭୋଟ ଗଣତି ପରେ ନିର୍ବାଚିତ ଦିଲ୍ଲୀପ ରାୟଙ୍କ ମନ୍ତବ୍ୟ ମଧ୍ୟ ବେଶ ପ୍ରଣିଧାନ ଯୋଗ୍ୟ । ସେ କହିଛନ୍ତି ମୋତେ ଆହୁରି ଅଧିକ ଭୋଟ ମିଳିବାର ଥିଲା । ଯାହା ପ୍ରମାଣିତ କରୁଛି ଯେ ବିଜେଡିର ଆହୁରି କିଛି ବିଧାୟକ ତାଙ୍କ ସହିତ ଯୋଗାଯୋଗରେ ଥିଲେ । ଦିଲ୍ଲୀପଙ୍କ ବିଜୟ ନିଶ୍ଚିତ ଜାଣି ପାରିବା ପରେ ଶେଷ ମୁହୂର୍ତ୍ତରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ବୋଲି ଚର୍ଚ୍ଚା ହେଉଛି । ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ବକ୍ତବ୍ୟ କିନ୍ତୁ ନୂଆ ରାଜନୈତିକ ସମୀକରଣ ନେଇ ଆଭାଷ ଦେଇଛି । ଦେବୀ ନିଜ ପ୍ରତିକ୍ରିୟାରେ ବିଜେଡିର କଂଗ୍ରେସ ସହିତ ମିଶିବାକୁ ନେଇ ଆକ୍ଷେପ କରିବା ଓ ବିଜୁ ଲିଗାସୀ କଥା କହିଛନ୍ତି । ଯେବେ ଠାରୁ ଭି.କେ.ପାଣ୍ଡିଆନ ବିଜେଡିକୁ ପରିଚାଳିତ କରୁଛନ୍ତି ସେବେ ଠାରୁ ବିଜେଡିରେ ବିଜୁ ବାବୁଙ୍କ ଅସ୍ତିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର କୋଟି କୋଟି ଓଡ଼ିଆଙ୍କ ଭାବା ବେଗ ସହିତ ବିଜୁ ବାବୁ ଜଡିତ । ଦଳ ମତ ନିର୍ବିଶେଷରେ ବିଜୁ ବାବୁ ଆଜି ମଧ୍ୟ ସମସ୍ତଙ୍କ ଶ୍ରଦ୍ଧା ଓ ସମ୍ମାନର ଦିବଙ୍ଗତ ନେତା । ଯାହାଙ୍କ ନାମରେ ବିଜୁ ଜନତା ଦଳ ନାମିତ ହୋଇଛି ଓ ଯେଉଁ ଦଳ ୨୪ ବର୍ଷ ରାଜ୍ୟ ଶାସନ କରିଛି ସେଇ ଦଳର ଦଳୀୟ ବ୍ୟାନରରୁ ତାଙ୍କ ଫଟୋ ହଟାଇବା କେବଳ ଦଳୀୟ ନେତା ଓ କର୍ମୀ ନୁହନ୍ତି ତମାମ ରାଜ୍ୟବାସୀଙ୍କୁ କ୍ଷୁବ୍ଧ କରିଥିଲା । କେବଳ ସେତିକି ନୁହେଁ ବିଜୁ ପଟ୍ଟନାୟକଙ୍କ ଅନୁଗତ ମାନଙ୍କୁ ମଧ୍ୟ ଦଳ ଧିରେ ଧିରେ ଦୂରେଇ ଦେଇଥିଲା । ବିଭିନ୍ନ ମାମଲାରେ ମଧ୍ୟ ସେମାନଙ୍କୁ ଛନ୍ଦି ମଧ୍ୟ ଦିଆଯାଉଥିଲା । ହେଲେ କେହି ଏହାର ବିରୋଧ କିମ୍ବା ପ୍ରତିବାଦ କରିବାର ସାହାସ ଜୁଟାଇ ପାରୁ ନଥିଲେ । କାରଣ ସେତେବେଳେ ନବୀନଙ୍କ ନାମରେ, ଦଳ ନାମରେ ଓ ଚିହ୍ନରେ ଜିତିବାର ଗ୍ୟାରେଣ୍ଟି ରହିଥିଲା । ଆଉ ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ଅପରାଜେୟ ରହିଥିବା ନବୀନ ଗତ ୨୦୨୪ ନିର୍ବାଚନରେ କଣ୍ଟାବାଞ୍ଝିରୁ ପରାଜିତ ହୋଇଥିଲେ । ନୂଆପଡା ନିର୍ବାଚନରେ ନିଜେ ପ୍ରଚାର କରି ମଧ୍ୟ ବିଜେଡି ପ୍ରାର୍ଥୀ ପରାଜିତ ହେଲେ । କେବଳ ପରାଜିତ ହେଲେ ନାହିଁ ବରଂ ତୃତୀୟ ସ୍ଥାନରେ ରହିଲେ । ଆଉ ଏବେ ରାଜ୍ୟସଭା ନିର୍ବାଚନରେ ତାଙ୍କ ସମର୍ଥିତ ପ୍ରାର୍ଥୀ ମଧ୍ୟ ପରାଜିତ ହେଲେ । ନବୀନଙ୍କର ଆଉ ପୂର୍ବ ଚମକ ଯେ ନାହିଁ ଏ କଥା ଦଳୀୟ ନେତା ଠଉରାଇ ସାରିଲେଣି । ଫଳରେ ଏବେ ଦଳରୁ ମୁହଁ ମୋଡ଼ିବା ଆରମ୍ଭ କରିଛନ୍ତି । ହେଲେ ଦଳରୁ ମୁହଁ ମୋଡିଥିବା ନେତା ବିଜେଡି କଂଗ୍ରେସ ସହିତ ହାତ ମିଳାଇବାକୁ ବିରୋଧ କରୁଥିଲା ବେଳେ ବିଜୁ ଲିଗାସୀ କଥା ଉଠାଇଛନ୍ତି । ଏହା ଭିତରେ ବିଜୁ ପ୍ରେମୀ ଏକ ହେବାର ବାର୍ତ୍ତା ଟିଏ ଛଡା ଯାଇଛି ।

ବିଜୟ,ଦିଲ୍ଲୀପ ଓ ଅମର ହେବେ ନୂତନ ଦଳର ସୂତ୍ରଧର !

ବିଜୟ ମହାପାତ୍ରଙ୍କ ବିବୃତି ଅନୁଯାୟୀ ଆଗକୁ ରାଜ୍ୟରେ ନୂତନ ରାଜନୈତିକ ଦଳ ପ୍ରତିଷ୍ଠା ହେବା ନିଶ୍ଚିତ । ନୂତନ ଦଳ ଗଠନ ପଛରେ ବରିଷ୍ଠ ନେତା ବିଜୟ ମହାପାତ୍ର, ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ, ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ ପ୍ରମୁଖଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବା ନେଇ ଆଲୋଚନା ହେଉଛି । ଏହି ନେତା ମାନେ ବିଗତ ଦିନରେ ବିଜୁ ବାବୁଙ୍କ ନେତୃତ୍ୱରେ କଂଗ୍ରେସ ସହିତ ଲଢେଇ କରି କଂଗ୍ରେସ ସରକାରର ପତନ ଘଟାଇ ଥିଲେ । ଏହି ନେତା ମାନେ ବିଜୁ ବାବୁଙ୍କ ଏକାନ୍ତ ବିଶ୍ୱସ୍ଥ ଓ ଅନୁଗତ ମଧ୍ୟ ରହିଥିଲେ । ବିଜେଡି ଗଠନରେ ଏମାନଙ୍କ ଭୂମିକା ରହିଥିଲା ବେଳେ ଏମାନଙ୍କୁ ବିଭିନ୍ନ ସମୟରେ ଦଳ ନିନ୍ଦିତ ଓ ଅପମାନିତ କରି ଦଳରୁ ବିଦା କରି ଦେଇଥିଲା । ଯଦି ନୂତନ ଦଳ ସ୍ଥାପନ ହୁଏ ତେବେ ଏହା ବିଜୁ ବାବୁଙ୍କ ନାମରେ ହିଁ ନାମିତ ହେବ ଏଥିରେ ସନ୍ଦେହ ନାହିଁ । କାରଣ ଦେବୀ ରଞ୍ଜନଙ୍କ “ବିଜୁ ଲିଗାସୀ” ଉକ୍ତି ଏହାର ଝଲକ ମାତ୍ର । ପାଣ୍ଡିଆନ ଓ ସଂତୃପ୍ତଙ୍କୁ ନେଇ ଦଳରେ କୁହୁଳୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ସଭାପତି ନବୀନ ପଟ୍ଟନାୟକଙ୍କ ପାଇଁ ଆହ୍ୱାନ ସୃଷ୍ଟି କରି ସାରିଛି ।

Leave a comment

Your email address will not be published. Required fields are marked *