ଓଡ଼ିଶା ଲିଡ୍ସ(ଯାଜପୁର): ବନ୍ୟାରେ ବୈତରଣୀ ଓ କାଣୀ ନଦୀ ତାଣ୍ଡବ ରଚୁଥିଲା ବେଳେ ଯାଜପୁର ଜିଲ୍ଲାର ପ୍ରମୁଖ ନଦୀ ବ୍ରାହ୍ମଣୀ ଓ ତାର ଶାଖା ନଦୀରେ ମଧ୍ୟ ବଡ଼ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି । ଜଳ ସମ୍ପଦ ବିଭାଗ ସୂଚନା ଅନୁଯାୟୀ ସଂଧ୍ୟା ସୁଦ୍ଧା ବ୍ରାହ୍ମଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେବାର ଆଶଙ୍କା ରହିଛି । ହେଲେ ଏହାକୁ ନେଇ କେହି ଆତଙ୍କିତ ନହେବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଲଘୁଚାପ ପ୍ରଭାବରେ ବ୍ରାହ୍ମଣୀ ନଦୀର ଉପର ମୁଣ୍ଡ ଓ ତଳ ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଏହି ସ୍ଥିତି ଦେଖା ଦେଇଛି ବୋଲି ସୂଚନା ମିଳିଛି । ବିଶେଷ କରି ନଦୀ ଅଵବାହିକା ଅଞ୍ଚଳର ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆ ଯାଇଛି ।




















