Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ଜିଲ୍ଲା > ଯାଜପୁର > ବରୀ ବ୍ଲକରେ ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନରେ ଘୋଟାଲା, ଏବେ ଆଧାରକାର୍ଡ ଓ ଦସ୍ତଖତ ଯୋଗାଡ଼ ପାଇଁ ଉଦ୍ୟମ

ବରୀ ବ୍ଲକରେ ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନରେ ଘୋଟାଲା, ଏବେ ଆଧାରକାର୍ଡ ଓ ଦସ୍ତଖତ ଯୋଗାଡ଼ ପାଇଁ ଉଦ୍ୟମ

ଓଡ଼ିଶା ଲିଡ୍ସ(ବରୀ) : ଚଳିତ ବର୍ଷ ବରୀ ବ୍ଲକରେ ଦୁଇଟି ପର୍ଯ୍ୟାୟ ବନ୍ୟା ହୋଇଥିଲା। ସରକାରଙ୍କ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ପାଇଁ ଯୋଗାଇ ଦିଆଯାଇଥିବା ମାଗଣା ରନ୍ଧା ଖାଦ୍ୟର ଖର୍ଚ୍ଚ ନେଇ ଯେଉଁ ତାଲିକା ପ୍ରସ୍ତୁତ ହୋଇଛି ତାକୁ ଶୁଣିଲେ ଲୋକଙ୍କ ମୁଣ୍ଡ ବୁଲାଇ ଦେଉଛି । ଏହାକୁ ନେଇ ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ବ୍ଲକ ସ୍ତରରେ ଏହାର ଯାଞ୍ଚ ହେଉଛି । ଅନ୍ୟ ପକ୍ଷରେ ତାଲିକାକୁ ଠିକ ପ୍ରମାଣିତ କରିବାକୁ ଏବେ ସରପଞ୍ଚ, ଏପିଇଓ ଓ ପିଇଓ ଘର ଘର ବୁଲି ଆଧାର କାର୍ଡ ଓ ଦସ୍ତଖତ ଯୋଗାଡ଼ରେ ବ୍ୟସ୍ତ । ହେଲେ ବନ୍ୟାରେ ଖାଇନଥିବା ଲୋକ ନିଜର ଆଧାର କାର୍ଡ ଓ ଦସ୍ତଖତ ଦେବାକୁ ସଫା ସଫା ମନ କରିଦେଉଥିବା ଚର୍ଚ୍ଚାର ବିଷୟ ହୋଇଛି । ବରୀ ବ୍ଲକର ୨୯ ଟି ପଞ୍ଚାୟତ ମଧ୍ୟରୁ ୧୫ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିଲା । ପ୍ରାୟ ୮ ରୁ ୯ଟି ପଞ୍ଚାୟତ ଆଂଶିକ ଭାବେ ପ୍ରଭାବିତ ହୋଇଥିଲା। ବିପନ୍ନଙ୍କୁ ସହାୟତା ଆଳରେ ବ୍ଲକ ପ୍ରଶାସନ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟକୁ ପଠାଯାଇଥିବା ପ୍ରାୟ ୨.୩୭ କୋଟି ଟଙ୍କାର ବିଶାଳ ବିଲକୁ ନେଇ ସାଧାରଣରେ ବିସ୍ମୟ ସୃଷ୍ଟି ହୋଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ରନ୍ଧା ଖାଦ୍ୟ ଖର୍ଚ୍ଚ ତାଲିକାରେ ଚନ୍ଦନପୁର ପଞ୍ଚାୟତ ଶୀର୍ଷ ରହିଛି। ଏଠାରେ ସର୍ବାଧିକ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ହିସାବ ପ୍ରସ୍ତୁତ ହୋଇଛି। ଏହି ଖର୍ଚ୍ଚ ତାଲିକାରେ ପ୍ରଥମ ବନ୍ୟା ବାବଦକୁ ୧୩ ଲକ୍ଷ ୩୪ ହଜାର, ଦ୍ୱିତୀୟ ବନ୍ୟା ପାଇଁ ୧୭ଲକ୍ଷ ୨୯ ହଜାର ୬ଶହ ଟଙ୍କା ସମେତ ଶ୍ରମିକ ମଜୁରୀ ୨, ୩୫୦ ଟଙ୍କା ଓ ପରିବହନ ଖର୍ଚ୍ଚ ୬ ହଜାର ଟଙ୍କା ଅନ୍ତର୍ଭୁକ୍ତ। ଏହାକୁ ନେଇ ପଞ୍ଚାୟତର ଲୋକେ କହୁଛନ୍ତି ଘାଇ ହୋଇଥିବାରୁ ଘାଇ ନାମରେ ଅର୍ଥ ଲୁଟ ଉଦ୍ୟମ ହୋଇଛି । ଆମେ ଯଦି ଖାଇନାହୁଁ ତେବେ ଆଧାର କାର୍ଡ ଓ ଦସ୍ତଖତ କାହିଁକି ଦେବୁ । ଦ୍ୱିତୀୟ ସ୍ଥାନରେ ଥିବା ରତଳାଙ୍ଗ ପଞ୍ଚାୟତ ପାଇଁ ମୋଟ ୨୭ ଲକ୍ଷ ୯୮ ହଜାର ୪୫୦ ଟଙ୍କାର ବିଲ୍ ଦିଆଯାଇଛି।ଯେଉଁଥିରେ ପ୍ରଥମ ବନ୍ୟାରେ ୧୦ ଲକ୍ଷ ୭୨ ହଜାର, ଦ୍ୱିତୀୟ ବନ୍ୟାରେ ୧୬ ଲକ୍ଷ ୪୨ ହଜାର ୨୮୦ ଟଙ୍କା, ପରିବହନ ବାବଦକୁ ୮, ୭୦୦, ମଜୁରୀ ୩, ୩୦୦ ଟଙ୍କା ରହିଛି । ତୃତୀୟ ସ୍ଥାନରେ ଥିବା ଅରଙ୍ଗାବାଦ ପଞ୍ଚାୟତ ପାଇଁ ୧୯ ଲକ୍ଷ ୩୧ ହଜାର ଟଙ୍କା ପ୍ରଥମ ବନ୍ୟାରେ ୯ ଲକ୍ଷ ୩୭ ହଜାର, ଦ୍ୱିତୀୟ ବନ୍ୟାରେ ୯ ଲକ୍ଷ ୭୩ ହଜାର, ମଜୁରୀ ୩, ୫୦୦, ପରିବହନ ୧୨, ୬୦୦ ଓ ଇନ୍ଧନ ୪ ହଜାର ଟଙ୍କା ଦର୍ଶାଯାଇଛି। ସେହିପରି ବରୀ ପଞ୍ଚାୟତରେ ୧୮ ଲକ୍ଷ ୭୩ ହଜାର, କଳମାଟିଆରେ ୧୮ ଲକ୍ଷ ୪୮ ହଜାର, କିମ୍ଭିରିଆପାଳରେ ୧୫ ଲକ୍ଷ ୫୮ ହଜାର ଟଙ୍କାର ତାଲିକା ହୋଇଛି । ଦ୍ୱତୀୟ ବନ୍ୟାରେ ବାଇଁଶିରିଆ ପଞ୍ଚାୟତରେ ୧୫ ଲକ୍ଷ ୨୮ ହଜାର ଟଙ୍କାର ହିସାବ କରାଯାଇଛି। ଅନ୍ୟ କେତେକ ପଞ୍ଚାୟତ ପାଇଁ ପ୍ରାୟ ୧୦ରୁ ୧୧ ଲକ୍ଷ ଟଙ୍କାର ବିଲ୍ ପ୍ରସ୍ତୁତ ହୋଇଛି। ପରିବହନ ବାବଦରେ କିମ୍ବିରିଆପାଳରେ ସର୍ବାଧିକ ୪୨ ହଜାର ଏବଂ ବୋଦୁଅ ପଞ୍ଚାୟତରେ ୨୮ ହଜାର ଟଙ୍କାର ବିଲ୍ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବାଲିଆ, ଧାରପୁର, ଈଶାଶପୁର ଓ ରତ୍ନଗିରି ଭଳି ୪ଟି ପଞ୍ଚାୟତରେ ଉଭୟ ପର୍ଯ୍ୟାୟରେ ରନ୍ଧା ଖାଦ୍ୟ ପ୍ରସ୍ତୁତ ହୋଇ ନ ଥିବା ବେଳେ ରମ୍ପା, ଅଟିରା, ବାଲିବିଲ, ଭଅଁରା, ବୋଦୁଅ, ଅମଠପୁର, ଅଙ୍ଗାଳୋ, ଅନ୍ୟାସୀପୁର, ବାଇଁଶିରିଆ, ଗମୁ, ଗୋଳକୁଣ୍ଡ, ମଧୁସୂଦନପୁର, ମନ୍ଦାରୀ, ମହାକାଳପଡ଼ା, ସାହୁପଡ଼ା, ସେରପୁର ଏବଂ ଉଦୟନାଥପୁର ଆଦି ପଞ୍ଚାୟତରେ କେବଳ ଦ୍ୱିତୀୟ ବନ୍ୟା ସମୟରେ ରନ୍ଧା ଖାଦ୍ୟ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବ୍ଲକ ପକ୍ଷରୁ ଏଭଳି ବିପୁଳ ଅର୍ଥର ବିଲ କରାଯାଇ ସରକାରୀ ଅର୍ଥ ଲୁଟର ଯୋଜନା ହୋଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି ।

Leave a comment

Your email address will not be published. Required fields are marked *