ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡି ଯାଇଥିଲା ବେଳେ ଆଜି କଟକ ମୁଣ୍ଡଳୀ ନିକଟରେ କିଛି ଲୋକ ହଠାତ ଆସି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଆହତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଆଉ ଦୁଇଜଣ ମଧ୍ୟ ଖଣ୍ଡା ଚୋଟରେ ଗୁରୁତର ଆହତ ହୋଇଛନ୍ତି । ୩ ଗୁରୁତରଙ୍କୁ କଟକ ବଡ଼ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆହତ ମାନଙ୍କ ପେଟ, ପିଠି, ହାତ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି । ଏହି ଖବର ପାଇ ଘଟଣାସ୍ଥଳରେ ଜୋନ ୪ ଏସପି ଓ ବାରଙ୍ଗ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳ ପରେ ଆଜି ବାରଙ୍ଗ ବଜାରରେ ରକ୍ତର ଛିଟା ପଡିଛି ।
ସୂଚନା ମୁତାବକ ୬ ଜଣ ଲୋକ ଏକ ଗାଡ଼ିରେ ଆସି ଦହିବରା ବ୍ୟବସାୟୀ କାହ୍ନୁ ଦଳେଇଙ୍କୁ ଆକ୍ରମଣ କରିଥିଲେ । ଗଣ୍ଡଗୋଳ ଦେଖି ପାଖରେ ଥିବା ଅନ୍ୟ ଦୁଇ ଦୋକାନୀ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଆକ୍ରମଣକାରୀମାନେ ସେମାନଙ୍କୁ ମଧ୍ୟ ଖଣ୍ଡାରେ ହାଣି ପକାଇଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ।




















