ଓଡ଼ିଶା ଲିଡ୍ସ(ବ୍ୟୁରୋ): ସାଂସଦ ନିଶିକାନ୍ତ ଦୁବେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟକୁ ତୀବ୍ର ବିରୋଧ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ । ସେ ନିଜ ଗଣ ମାଧ୍ୟମରେ ଲେଖିଛନ୍ତି , ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ନେଇ ଯେଉଁ ଧରଣର ଚର୍ଚ୍ଚା ଓ ମନ୍ତବ୍ୟ ପ୍ରକାଶ ପାଉଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜୁ ବାବୁ କେବଳ ଜଣେ ଜନନେତା ନଥିଲେ, ସେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶା ଓ ଓଡ଼ିଆ ଜାତିର ସେବା ପାଇଁ ସର୍ବଦା ଚେଷ୍ଟିତ ଥିଲେ । ତାଙ୍କ ବିରୋଧରେ ହୋଇଥିବା ଅଶୋଭନୀୟ ମନ୍ତବ୍ୟକୁ ମୁଁ କଠୋର ଶବ୍ଦରେ ନିନ୍ଦା କରୁଛି ।
ବ୍ୟକ୍ତି ବିଶେଷ ଯିଏ ହୁଅନ୍ତୁ ନା କାହିଁକି, ବିଜୁ ବାବୁଙ୍କ ଭଳି ଜଣେ ଜନନେତାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେବା ମୋଟେ ଗ୍ରହଣୀୟ ନୁହେଁ । ଏହି ଘଟଣା ସାରା ଓଡ଼ିଶାର ଜନସାଧାରଣଙ୍କ ମନରେ ଗଭୀର ଆଘାତ ଦେଇଛି । ଯେଉଁମାନେ ତାଙ୍କ ବିରୋଧରେ କଥାକୁ କଦର୍ଥ କରି କହୁଛନ୍ତି, ସେମାନେ ଏଭଳି ଅପଚେଷ୍ଟାରୁ ଦୂରେଇ ରୁହନ୍ତୁ ଏବଂ ନିଜର ଭୁଲ୍ ପାଇଁ ସାର୍ବଜନୀନ ଭାବେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ।




















