ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳରୁ ଦେଲେ ଇସ୍ତଫା
ନିର୍ବାଚନରେ ତାଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସବୁ ଚର୍ଚ୍ଚାର ଅବସାନ ଘଟାଇ ବିଜେଡିରୁ ଇସ୍ତଫା ଦେଇଛନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ରବୀନ୍ଦ୍ର ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ସେ ବାଲେଶ୍ବର ଜିଲ୍ଲା ବିଜେଡିର ସଭାପତି ଥିଲେ । ତାଙ୍କ ପତ୍ନୀ ଏବେ ବିଜେଡି ବିଧାୟିକା ଥିବାରୁ ଏବଂ ରାଜ୍ୟସଭା ନିର୍ବାଚନ ପୂର୍ବରୁ ରବୀନ୍ଦ୍ର ବିଜେଡି ଛାଡି ଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।




















