ଓଡିଶା ଲିଡ୍ସ(ବ୍ୟୁରୋ): ରାଜ୍ୟସଭା ନିର୍ବାଚନରେ ବିଜେଡିର ୮ ଜଣ ବିଧାୟକ କ୍ରସ ଭୋଟିଂ କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଅନ୍ୟତମ । ନିଜ ପ୍ରତିକ୍ରିୟାରେ ଦେବୀ ରଞ୍ଜନ କହିଛନ୍ତି ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଛି,ବିଜୁ ଲିଗାସୀକୁ ଆଗକୁ ନେବାକୁ ଭୋଟ୍ ଦେଇଛି । ମୋତେ ଦତ୍ତେଶ୍ୱର ହୋତାଙ୍କୁ ଭୋଟ ଦେବାକୁ କୁହାଯାଇଥିଲା, ମୋ ବାପା ଜରୁରୀକାଳୀନ ପରିସ୍ଥିତିରେ ଜେଲ ଯାଇଥିଲେ । ମୁଁ କେମିତି କଂଗ୍ରେସ ସହ ମିଳିତ ପ୍ରାର୍ଥୀକୁ ଭୋଟ ଦେବି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଦେବୀ ରଞ୍ଜନ । କଂଗ୍ରେସ ସହ ବିଜେଡି ଅସାଧୁ ମେଣ୍ଟ ପାଇଁ କର୍ମୀ ମର୍ମାହତ ହୋଇଛନ୍ତି । ଗଣତାନ୍ତ୍ରିକ ଅଧିକାର ଜରିଆରେ କଡା ଜବାବ ଦେଇଛି । ମୋ ନିଷ୍ପତ୍ତିରେ ବାଙ୍କୀର ହଜାର ହଜାର ବିଜେଡି କର୍ମୀ ନିଶ୍ଚିତ ଖୁସି ହେଉଥିବେ ବୋଲି ମଧ୍ୟ କହିଛନ୍ତି ଦେବୀ ରଞ୍ଜନ ।




















