ଓଡ଼ିଶା ଲିଡ୍ସ(ଯାଜପୁର): ବ୍ୟାସନଗର ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ପ୍ରଫୁଲ୍ଲ କୁମାର ବୋଇତାଇଙ୍କ ଦେହାନ୍ତ ହୋଇ ଯାଇଛି । ଏହି ଖବର ପାଇ ତାଙ୍କ ଶେଷ ଶଯ୍ୟା ନିକଟରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ଶୋକବର୍ତ୍ତରେ ସେ କହିଛନ୍ତି ସ୍ୱର୍ଗତ ବୋଇତାଇ ମୋର କେବଳ ଜଣେ ପରିଚିତ ବ୍ୟକ୍ତି ନଥିଲେ, ସେ ଆମ ପରିବାରର ଜଣେ ସଦସ୍ୟଙ୍କ ଭଳି ଥିଲେ। ତାଙ୍କର ସରଳତା, ସ୍ନେହ ଓ ଆତ୍ମୀୟତା ସବୁବେଳେ ଆମ ସ୍ମୃତିରେ ଅମର ହୋଇ ରହିବ। ତାଙ୍କ ବିୟୋଗ ଆମ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ପବିତ୍ର ଆତ୍ମାକୁ ନିଜ ଶ୍ରୀଚରଣରେ ସ୍ଥାନ ଦେବା ସହିତ ପରିବାରକୁ ଦୁଃଖ ସହିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ।



















