ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା-ଜହ୍ନିକୁଦା ଚିଲିକା ମଝିରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରୀବାହୀ ଡଙ୍ଗା ଅଟକି ରହିଛି । ବୁଧବାର ସକାଳ ୭ଟାରେ ଏକ ଯାତ୍ରୀବାଜୀ ଡ଼ଙ୍ଗା ୫୦ ରୁ ଉର୍ଦ୍ଧ୍ଵ ଯାତ୍ରୀ ଏବଂ ୨୫ ମଟର ସାଇକେଲ ନେଇ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାତ୍ରା କରିଥିଲା। ତେବେ କିଛି ସମୟ ଯାତ୍ରା ପରେ ମହିଁସା ଗ୍ରାମ ନିକଟ ମଝି ଚିଲିକାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ତେବେ ଡ଼ଙ୍ଗାଟି ସେହିଠାରେ ଅଟକିଥିଲା। ଚିଲିକାରେ ଅଥଳ ପାଣି ସାଙ୍ଗକୁ ମାତ୍ରାଧିକ ଯାତ୍ରୀ ଥିବାରୁ ଯାତ୍ରୀ ମନେ ଭୟଭୀତ ହୋଇ ହୋହଲ୍ଲା କରିଥିଲେ। ଖବର ପାଇ ଅନ୍ୟ ଏକ ଡ଼ଙ୍ଗା ଆସି ଯାତ୍ରୀ ଏବଂ ମଟର ସାଇକେଲକୁ ଉଦ୍ଧାର କରି ସାତପଡା ନେଇଥିବା ଜଣାଯାଇଛି। ପ୍ରତିମାସରେ ଏହିଭଳି ଘଟଣା ଘଟୁଥିବା ଜଣାଯାଇଛି। ଡ଼ଙ୍ଗା ଚାଳକ ମନେ ପଇସା ଲୋଭରେ ଅଧିକ ଯାତ୍ରୀ ନେଉଥିଲେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଠା ସାଜିଛି ବୋଲି ଅଭିଯୋଗ ହୋଇଛି । ପ୍ରତିଦିନ ଚିଲିକାରେ ହଜାର ହଜାର ଯାତ୍ରୀ ଯାତାୟତ କରୁଥିବା ବେଳେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ସ୍ଥାୟୀ ସେତୁ ନିର୍ମାଣ ପାଇଁ ଦାବି ହେଉଛି।



















