ଓଡ଼ିଶା ଲିଡ୍ସ(ଯାଜପୁର):ବୁଧବାର ଭିଜିଲାନ୍ସ ବିଭାଗ ଯାଜପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚଢାଉ କରି କନିଷ୍ଠ କିରାଣୀ ପ୍ରସନ୍ନ ସାହାଣୀଙ୍କୁ ଗିରଫ କରିଛି । ଅନୁସୂଚିତ ଜାତି ଜନଜାତି ଜମି ବିକ୍ରି ପାଇଁ ଅନୁମତି ପତ୍ର କରାଇ ଦେବାକୁ ସେ ଲାଞ୍ଚ ମାଗିଥିଲେ। ୧୬ ଡ଼ିସିମିଲ ଜମି ପାଇଁ ସେ ୪୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଏହା ୪୦ ହଜାର ଟଙ୍କାରେ ଛିଣ୍ଡିଥିଲା । ଅଭିଯୋଗ କାରୀ ବିଜୟ କୁମାର ନାଏକଙ୍କ ଠାରୁ ସେ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଏହା ପରେ ଅଭିଯୁକ୍ତଙ୍କ ଏକାଧିକ ସ୍ଥାନରେ ଥିବା ଘର ଉପରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରହିଥିବା ଜଣା ଯାଇଛି ।



















