ଓଡ଼ିଶା ଲିଡ୍ସ(ଯାଜପୁର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହୋଇଥିବା ସେବା ସଂକଳ୍ପ ଅଭିଯାନର”ଅଙ୍ଗନ କା ଉତ୍ସବ” ଉଦଯାପିତ ହୋଇ ଯାଇଛି । ଏହି ଉଦଯାପନୀ ଉତ୍ସବ ଯାଜପୁର ନଗରର ୧୦,୧୧ ଓ ୧୨ ନମ୍ବର ୱାର୍ଡରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ସମାପନ ହୋଇଛି ।ସମ୍ପାଦକ ସଞ୍ଜୟ ସିଂହ, ନଗର ପ୍ରଭାରୀ ମିଳନ ଦାସଙ୍କ ଉପଦେଶ କ୍ରମେ ଯାଜପୁର ନଗର ଯୁବ ମୋର୍ଚ୍ଚା ସଭାପତି ଅକ୍ଷୟ ବେହେରା ଏବଂ ଶକ୍ତି ପ୍ରମୁଖ ହରି ହର ସାହୁ ୱାର୍ଡର ବିଭିନ୍ନ ଅଙ୍ଗନୱାଡି ଗୁଡିକ ପରିଦର୍ଶନ କରି ଆଙ୍ଗନ କା ଉତ୍ସବକୁ ସୁଚାର ରୂପେ ସମ୍ପାଦନ କରିଥିବାରୁ ଅଙ୍ଗନୱାଡି କର୍ମୀଙ୍କୁ ସମ୍ମାନିତ କରିବା ସହିତ ସେମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ ।



















