ଓଡ଼ିଶା ଲିଡ୍ସ(ରାଇରଙ୍ଗପୁର): ରାଇରଙ୍ଗପୁରର ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଉଗ୍ରସେନ ଓରାମ । ଆଜି ଓରାମ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ରାଇରଙ୍ଗପୁର ଆସି ଉପଜିଲ୍ଲାପାଳ ଭାବେ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
ଏହି ଅବସରରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଲାକ୍ରା, ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ, ଅନିତା ରାଣୀ ମହାନ୍ତ, ଅପର୍ଣ୍ଣା ଅପରାଜିତା, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଭାଗୀୟ ପଦାଧିକାରୀ ଓ କର୍ମଚାରୀବୃନ୍ଦ ଶ୍ରୀ ଓରାମଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସୂଚନାଯୋଗ୍ୟ ଉପଜିଲ୍ଲାପାଳ ଭାବେ ଶ୍ରୀ ଓରାମଙ୍କ ଯୋଗଦାନ ପରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇ ଆସୁଥିବା ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଲାକ୍ରା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏଥି ପୂର୍ବରୁ ଶ୍ରୀ ଓରାମ କେନ୍ଦୁଝର ଜିଲ୍ଲା ସଦର ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ ।




















