ଓଡ଼ିଶା ଲିଡ୍ସ(ସୁକିନ୍ଦା): ସୁକିନ୍ଦା ବ୍ଲକ ଡ଼ୁବୁରୀ ଠାରେ ଥିବା ବିଭିନ୍ନ ହୋଟେଲରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ଲିଜ଼ା ରାଣୀ ହୋଟେଲ ଏବଂ ହୋଟେଲ ପ୍ରଫୁଲରୁ ୧୨ ଗୋଟି ଘରୋଇ ଗ୍ୟାସ ଟାଙ୍କି ଜବତ କରାଯାଇଅଛି । ଏହି ଚଢ଼ାଉରେ ସୁକିନ୍ଦା ବିଡ଼ିଓ ପ୍ରଜ୍ଞା ପରମିତା ପୃଷ୍ଟି, ବ୍ଲକ ଯୋଗାଣ ଅଧିକାରୀ ସୌଭାଗିନୀ ରାୟ ସମେତ ପୋଲିସ କର୍ମଚାରୀ ସାମିଲ ଥିଲେ ।




















