ଓଡ଼ିଶା ଲିଡ୍ସ(ଯାଜଉର): ପରିବହନ ବିଭାଗ ଦୃଷ୍ଟି ଦେଉ ନଥିବାରୁ ବିଭିନ୍ନ ଗାଡ଼ିରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଯାତ୍ରୀ । ବିଶେଷ କରି ଅଟୋ ଚାଳକ ମାନେ ପରିବହନ ବିଭାଗର ଆଇନ କାନୁନକୁ ଦଳି ମକଚି ଦେଇ ବିପଦପୂର୍ଣ୍ଣ ଭାବେ ଯାତ୍ରୀଙ୍କୁ ନେବା ଆଣିବା କରୁଛନ୍ତି । ବରୁଆଁ-ବରୀ ରାସ୍ତାର ଏହି ଚିତ୍ର ଏହାକୁ ସତ ପ୍ରମାଣିତ କରୁଛି । ସନ୍ଧ୍ୟା ସମୟରେ ଏହି ଅଟୋଟି ଯାଉଥିଲା ବେଳେ ଏହି ଅଟୋରେ ଛୋଟ ପିଲାଙ୍କୁ ମିଶାଇ ୧୫ ଜଣ ଯାତ୍ରା କରୁଥିଲେ ।
କେବଳ ଏତିକି ନୁହେଁ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ଅଟୋରେ ମଧ୍ୟ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଗତାଗତ କରୁଛନ୍ତି । ଏ ନେଇ ପରିବହନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।




















