ଓଡ଼ିଶା ଲିଡ୍ସ(ଯାଜପୁର): ରୋଟାରୀ କ୍ଲବ ବିରଜା କ୍ଷେତ୍ର ତରଫରୁ ସ୍ଥାନୀୟ ମହାବୀର ନଗର ସ୍ଥିତ କାର୍ଯ୍ୟାଳୟରେ ଆଜି ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ, ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟରୁ ମନୋନୀତ ୨୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ରାଷ୍ଟ୍ର ନିର୍ମାଣ ସମ୍ମାନ ପ୍ରଦାନ କରାଯାଇଛି। ସେମାନେ ହେଲେ, ଜିଲ୍ଲା ସ୍କୁଲର ପୁଷ୍ପଲତା ପଣ୍ଡା, ଦଶରଥପୁର ହାଇସ୍କୁଲର ସତ୍ୟବ୍ରତ ପାଣି, ରାମବଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଭାତୀ ମହାନ୍ତି, ମୁନିସିପାଲ ହାଇସ୍କୁଲର ତିମିର ରଞ୍ଜନ ବେହେରା, ବିରୁହା ସରସ୍ଵତୀ ଶିଶୁ ମନ୍ଦିରର ଧୀରେନ୍ଦ୍ର ବାରିକ, ବାଲିଗଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବୀଣ କୁମାର ଦାସ । ଏହି କାର୍ଯ୍ୟକ୍ରମରେ ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ତିନି ଜଣ ସଫେଇ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ସୁକାନ୍ତି ମୁଣ୍ଡା, ମମତା ମଲ୍ଲିକ ଓ ନରେଶ ନାୟକ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପୋକ୍ସୋ କୋର୍ଟର ବିଚାରପତି ଶରତ କୁମାର ଦେହୁରୀ ଯୋଗ ଦେଇ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ରୋଟାରୀ କ୍ଲବ ବିରଜା କ୍ଷେତ୍ରର ଏତାଦୃଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ସଭାପତି ପ୍ରଶାନ୍ତ ଦାସ ଅଧ୍ୟକ୍ଷତା କରିଥିଲେ। ଅନିଲ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ ଓ ନନ୍ଦ କିଶୋର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରବିନ୍ଦ୍ର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। କ୍ଲବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।



















