ଓଡ଼ିଶା ଲିଡ୍ସ(ବ୍ୟୁରୋ): ସେଲଫି ଜୀବନ ନେଉଥିଲା ବେଳେ ଯୁବ ଗୋଷ୍ଠି ସେଲଫି ପାଇଁ ପାଗଳ । ସେଲଫି ନେବାକୁ ଯାଇ ଜଣେ ଯୁବକ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି । ଟ୍ରେନ ଉପରେ ଚଢ଼ି ସେଲଫି ନେଉଥିବାବେଳେ ଜଣେ ଯୁବକ ଜଳିଯାଇଛନ୍ତି । ଭୁବନେଶ୍ବର ମଞ୍ଚେଶ୍ୱର ରେଳ ଷ୍ଟେସନରେ ଏହିବ ଅଘଟଣ ଘଟିଛି । ଗୁରୁତର ଆହତ ଯୁବକଙ୍କ ଘର ଗୁଜରାଟରେ ବୋଲି ଜଣାପଡିଛି । ଯୁବକ ଜଣକ ଟ୍ରେନ ଉପରେ ଚଢ଼ି ସେଲଫି ନେଉଥିଲେ । ସେ ଭୁବନେଶ୍ବରରେ ରହି ଡିପ୍ଲୋମା କରୁଥିଲେ । ଖରା ଛୁଟି ପରେ ଗାଁକୁ ଯାଉଥିଲେ । ତେବେ ସେଲଫି ନେଲାବେଳେ, ୩୩ କେଭି ବିଦ୍ୟୁତ ଯୋଗୁଁ ତାଙ୍କ ହାତ




















