ଓଡ଼ିଶା ଲିଡ୍ସ(ଦଶରଥପୁର):ଓଡିଶା ସ୍କୁଲ କଲେଜ ଶିକ୍ଷକ-କର୍ମଚାରୀ ମିଳିତ ସମନ୍ୱୟ ସମିତି ତରଫରୁ ଆଜି ଓଡ଼ିଶାର ୩୧୪ ବ୍ଲକ ସମ୍ମୁଖରେ ଧାରଣା ଦିଆଯାଇଥିବା ବେଳେ ଦଶରଥପୁର ବ୍ଲକ ସମ୍ମୁଖରେ ମଧ୍ୟ ଧାରଣା ଦିଆ ଯାଇଥିବା ଦେଖିବାକୁ ମିଳିଛି । ଦଶରଥପୁର ବ୍ଲକ ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ସମିତି ତରଫରୁ ଦଶରଥପୁର ବ୍ଲକ ପରିସରରେ ୪ଦଫା ଦାବି ନେଇ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସମିତି ତରଫରୁ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ, ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଯୁକ୍ତି, ପେନସନ, ଅବସର ବୟସ ସୀମା ୬୨କୁ ବୃଦ୍ଧି, ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ପ୍ରଦାନ ପାଇଁ ଦାବି କରାଯାଇଛି । ବ୍ଲକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ମାଦ୍ରାସା ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ସଂଘ ଆବାହକ ଦିଲ୍ଲୀପ କୁମାର ଦାସ ଓ ସଭାପତି ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଦଶରଥପୁର ବିଡ଼ିଓ ଆକାଶ ପଟ୍ଟନାୟକଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ଓଷ୍ଟା କାର୍ଯ୍ୟକାରୀ ସଭାପତି ଜ୍ଞାନରଞ୍ଜନ ତ୍ରିପାଠୀ, ବ୍ଲକ ଓଷ୍ଟାର ପୂର୍ବତନ ସମ୍ପାଦକ ଶିଶିର କୁମାର ଶତପଥୀ, ଶିକ୍ଷକ ପ୍ରଦୀପ କୁମାର ସାହୁ, ସଞ୍ଜୟ ଲେଙ୍କା, ନିହାର ରଞ୍ଜନ ଦାସ୍, ଧୀରେନ୍ଦ୍ର ଜେନା, ଉଛବାନନ୍ଦ ମିଶ୍ର, କିଶୋର ମଲ୍ଲିକ, ଅଧ୍ୟାପକ ପ୍ରଦୀପ ଦାସ, ପ୍ରଫୁଲ୍ଲ ରାଉତ, ବିରଜା ପ୍ରାସାଦ ଦାସ, ମଦ୍ରାସା ଶିକ୍ଷକ ନେତା ଅମିରୁଦ୍ଦିନ ଖାଁ, ସେକ ଗୁଲାମ ହବିବ ପ୍ରମୁଖ ଯୋଗଦେଇଥିଲେ ।




















