ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ବ୍ଲକଗ୍ରାଣ୍ଟ ଶିକ୍ଷକ ମାନେ ନିଜର ଦାବି ନେଇ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ସରକାର ବିଭିନ୍ନ ସମୟରେ କେବଳ ତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଧାରଣାରୁ ହଟାଇବାରେ ସିଦ୍ଧ ହସ୍ତ ହୋଇଥିଲା ବେକେ ଏଥର ଓସ୍ତା ସଂଘ କିନ୍ତୁ ନିଜ ଜିଦରେ ଅଟଳ ଅଛନ୍ତି। ଓଡ଼ିଶାର ୩୧୪ ବ୍ଲକ କାର୍ଯ୍ୟାଳୟରେ ଏକ ସଙ୍ଗେ ବିଭିନ୍ନ ଦାବି ନେଇ ପ୍ରତିବାଦ କରାଯାଇଛି । ଆଜି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ଦାବିରେ ସ୍ଲୋଗାନ ଦେଇ ବ୍ଲକ ଛକଠାରୁ ଏକ ରାଲିରେ ଆସି କୃଷ୍ଣପ୍ରସାଦ ବ୍ଲକ ପରିସରରେ ପହଞ୍ଚିଥିଲେ। ସେଠାରେ ନିଜର ଦାବି ଗୁଡ଼ିକୁ ଭାଷଣ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରିଥିଲେ। ସଂଘର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ଦାସ କହିଥିଲେ ସରକାର ଆମର ଦାବି ପୂରଣ କରନ୍ତୁ ନଚେତ ଗାଦି ଛାଡ଼ନ୍ତୁ। ବ୍ଲକ ଓଷ୍ଟା ସଭାପତି କାଶୀନାଥ ଜେନା କହିଲେ ୧୯୪ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ପୁରୁଣା ଶିକ୍ଷା ନୀତିକୁ ଲାଗୁ କରି ପୁରୁଣା ପେନସନର ବ୍ୟବସ୍ଥା କରିବା, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୁରଣ କରିବା ଏବଂ ଅବସର ବୟସ ସୀମା ୬୦ ବର୍ଷ ରୁ ୬୨ ବର୍ଷ ବୃଦ୍ଧି କରିବା ଆମର ଦାବି । ଓଷ୍ଟା ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ବିଭୁ ନାରାୟଣ ଜେନା ଏବଂ ବ୍ଲକ ସମ୍ପାଦକ ସନାତନ ତରେଇ କହିଥିଲେ ଆସନ୍ତା ୭ ତାରିଖ ପ୍ରତ୍ୟେକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ସହିତ ଦାବିପତ୍ର ପ୍ରଦାନ କରାଯିବ। ୧୭ ତାରିଖରେ ବିଧାନ ସଭାକୁ ଘେରାଉ କରାଯିବ। ଦାବି ପୂରଣ ନହେଲେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏହାର ଜବାବ ଦିଆଯିବ। ସଭା ଶେଷରେ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓ ଅମୀୟ କୁମାର ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରା ଯାଇଥିଲା ।




















