ଓଡ଼ିଶା ଲିଡ୍ସ(ବ୍ୟୁରୋ): ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଭାରତର ହାଣ୍ଡି ଶାଳ ଉପରେ ପଡିଛି । ଆଜି ସରକାର ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରିଛନ୍ତି । ପ୍ରତି ଗ୍ୟାସ ସିଲିଣ୍ଡର ଉପରେ ୬୦ ଟଙ୍କା ବୃଦ୍ଧି ହୋଇଛି । ଫଳରେ ଏହା ଖାଉଟିଙ୍କ ଉପରେ ବ୍ୟାପକ ପ୍ରଭାବ ପକାଇଛି । ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧିକୁ ନେଇ ଆଜି ମହିଳା କଂଗ୍ରେସ ରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରିଛି ।




















