ଓଡ଼ିଶା ଲିଡ୍ସ( ବ୍ୟୁରୋ): ବିଶ୍ୱ ଚେସର ନୂଆ ବିଶ୍ୱ ବିଜୟିନୀ ମହିଳା ଚେସ ଖେଳାଳି ଦିବ୍ୟା ଦେଶମୁଖଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ୧୯ ବର୍ଷୀୟା ଏହି ମହିଳା ଖେଳାଳି ଭାରତୀୟ ଚେସର ଅଭିଜ୍ଞ ଖେଳାଳି କୋନେରୁ ହମ୍ପିଙ୍କୁ ପରାଜିତ କରି ବିଶ୍ୱ ବିଜୟିନୀ ହୋଇଛନ୍ତି । ବିଶ୍ୱ ବିଜୟିନୀ ହେବା ସହିତ ସେ ମଧ୍ୟ ଗ୍ରାଣ୍ଡ ମାଷ୍ଟର ହୋଇଛନ୍ତି । ନିଜ ଶୁଭେଚ୍ଛା ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି ମାତ୍ର ୧୯ ବର୍ଷରେ ନିଜର ଅସୀମ ଧର୍ଯ୍ୟ ଓ କ୍ରୀଡା ନୈପୁଣ୍ୟ ଦେଖାଇ ବିଶ୍ୱ ବିଜୟିନୀ ହୋଇ ସାରା ଦେଶକୁ ଗର୍ବିତ କରି ସୁନା ଝିଅ ହୋଇଛନ୍ତି ଦିବ୍ୟା । ଆଗକୁ ସେ ଭାରତୀୟ ମହିଳା ଚେସକୁ ଆହୁରି ଆଗକୁ ନେବେ ବୋଲି ଆଶା କରିଛନ୍ତି ।
