ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇ ପଡିଛି । ଫଳରେ ଆଜି ତାଙ୍କୁ ଏମସ ସ୍ଥାନାନ୍ତର କରାଯାଇଛି । କଟକ ସିଡିଏର ଏକ ଘରୋଇ ଚିକିତ୍ସାଳୟରୁ ଆଜି ତାଙ୍କୁ ଭୁବନେଶ୍ବର ଏମସ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟରେ ତାଙ୍କର ଚିକିତ୍ସା ଚାଲିଥିବା ଜଣା ଯାଇଛି ।
ଲିଭରରେ ସମସ୍ୟା କାରଣରୁ ତାଙ୍କୁ କିଛିଦିନ ତଳେ କଟକ ସିଡିଏର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଶରୀରରେ ସୋଡ଼ିୟମ ଲେବୁଲ୍ କମିଯିବାରୁ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟିଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରିବର୍ତ୍ତେ ଆହୁରି ଜଟିଳ ହୋଇଯିବାରୁ ତାଙ୍କୁ ଆଜି ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି । ମସ୍ତିଷ୍କରେ ସୋଡିୟମ ଲେବୁଲ କମିଯିବା ଯୋଗୁଁ ସେ ଗୁରୁତର ହୋଇପଡ଼ିଛନ୍ତି ଓ କୋମାକୁ ଚାଲି ଯାଇଛନ୍ତି । ତାଙ୍କୁ ଟ୍ରମାକେୟାରରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଛି। ବର୍ତ୍ତମାନ ସେ କୋମାରେ ରହିଥିବା ଡାକ୍ତର ପ୍ରକାଶ କରିଛନ୍ତି । ତାଙ୍କ ଚିକିତ୍ସା ବ୍ୟବସ୍ଥା ଅଭିନେତା ବାବୁସାନ ମହାନ୍ତି କରୁଥିଲା ବେଳେ ସେଠାରେ ଅଭିଜିତଙ୍କ ପରିବାର ସହ ମଧ୍ୟ ଉପସ୍ଥିତ ଅଛନ୍ତି । ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ଦର୍ଶକମାନଙ୍କୁ ଅନୁରୋଧ କରିଛନ୍ତି ବାବୁସାନ ।