ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲାରେ ବ୍ରିଟିଶ ଅମଳରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହୋଇଥିଲା ବେଳେ ଗମନା ଗମନ ପାଇଁ ବରୁଆଁ ଠାରେ ଏକ ସେତୁ ନିର୍ମାଣ ହୋଇଥିଲା । ଏହି ସେତୁ ଦେଇ ଏବେ ବି ଗାଡି ମଟର ଗତାଗତ କରୁଛି । ଅବଶ୍ୟ ସେତୁ ପୁରୁଣା ଓ ଦୁର୍ବଳ ହୋଇଥିବାରୁ ନିକଟରେ ଅନ୍ୟଏକ ସେତୁ ନିର୍ମାଣ ହୋଇଛି । ହେଲେ ଉଭୟ ସେତୁ ଦେଇ ଗତାଗତ କରୁଛନ୍ତି ଜନସାଧାରଣ । ପୂର୍ବରୁ ଏହି ସେତୁ ପୂର୍ତ୍ତ ବିଭାଗ ଅଧିନରେ ଥିଲା ବେଳେ ଏବେ ଏହି ରାସ୍ତା ଜାତୀୟ ରାଜପଥ ବିଭାଗ ଅଧିନରେ ରହିଛି ।
ହେଲେ ବିଭାଗୀୟ ଅବହେଳାରୁ ଏହି ସେତୁ ଏବେ ଅନାଵନା ଗଛ ଲତାରେ ପୂର୍ଣ୍ଣ ହୋଇଯାଇଛି । ସେତୁ ଉପର ସଫା ହେଉ ନଥିବାରୁ ବାଲି ମାଟି ଜମି ଜଳ ନିଷ୍କାସନ ବାଟ ବନ୍ଦ ହୋଇ ଯାଇଛି । ଫଳରେ ବର୍ଷା ଜଳ ଜମି ରହୁଛି । ବାଡ଼ାର ଅନାଵନା ଗଛ ପୋଲ ଉପରେ ଲୋଟିଲାଣି । ବ୍ରିଟିଶ ଅମଳର ଏହି ସେତୁ କାର୍ଯ୍ୟକ୍ଷମ ଥିଲା ବେଳେ ଉପଯୁକ୍ତ ରକ୍ଷଣାବେକ୍ଷଣ କରି ତାକୁ ସୁରକ୍ଷିତ ରଖିବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।




















