ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତକାଲି ଦୁବାଇ ଇଣ୍ଟର ନେସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ T-20 ଚମ୍ପିୟାନସିପ ଫାଇନାଲ ମ୍ୟାଚରେ ଭାରତ ତାର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପରାଜିତ କରି ଚମ୍ପିୟାନ ହୋଇଛି । ଏହି ରୋମାଞ୍ଚକର ମ୍ୟାଚରେ ଭାରତ ବିଜୟୀ ହେବା କୋଟି କୋଟି ଭାରତୀୟଙ୍କ ମନରେ ଆନନ୍ଦ ଭରି ଦେଇଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ତିନିଥର ମୁହାଁ ମୁହିଁ ହୋଇଥିଲା ବେଳେ ତିନିଥର ଯାକ ଭାରତ ବିଜୟୀ ହୋଇଛି । ଭାରତର ଏହି ଫାଇନାଲ ମ୍ୟାଚ ବିଜୟରେ ତିଲକ ବର୍ମାଙ୍କ ଅଭୁଲା ଅବଦାନ ରହିଛି । ଭାରତର ଏହି ବିଜୟକୁ ନେଇ ଖୁସି ପ୍ରକାଶ କରିବା ସହିତ ପୁରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।




















