ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦା ବିଜେଡି ପକ୍ଷରୁ ଖଣି ଅଞ୍ଚଳରେ ହେବାକୁ ଯାଉଛି ଜନସମ୍ପର୍କ ପଦଯାତ୍ରା । ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ଆଜି ଖଣି ଅଞ୍ଚଳର ୭ଟି ପଞ୍ଚାୟତର ବିଜୁ ଜନତା ଦଳର କର୍ମୀ ଓ ନେତାମାନଙ୍କ ସହିତ ପ୍ରସ୍ତୁତି ବୈଠକରେ ଯୋଗଦେଇଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ।

ଇଂ ଘଡାଇ ନିଜ ବକ୍ତବ୍ୟରେ କହିଥିଲେ ଆପଣଙ୍କ ଉପସ୍ଥିତି ଆଜି ସୁକିନ୍ଦାରେ ବିଜେଡି କେତେ ଶକ୍ତ ଓ ସଙ୍ଗଠିତ ତାହା ପ୍ରକାଶ କରୁଛି । ବିଗତ ୧୬ ମାସ ମଧ୍ୟରେ ସୁକିନ୍ଦା ବିକାଶରେ ତାଲା ପଡି ଯାଇଛି । ଶାନ୍ତ ସୁକିନ୍ଦା ଆଜି ଅଶାନ୍ତ ହୋଇ ଯାଇଛି । ଆମ ମାନଙ୍କ ମିଳିତ ଉଦ୍ୟମ ପୁଣି ସୁନାର ସୁକିନ୍ଦାବାସୀଙ୍କ ମୁହଁରେ ହସ ଫେରାଇବ । ଉପସ୍ଥିତ ଅନ୍ୟ ନେତା ଓ କର୍ମୀମାନେ ଆଗାମି ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ପ୍ରତିଶ୍ରୁତି ବଦ୍ଧବୋଲି ମତ ଦେଇଥିଲେ ।




















