ଓଡ଼ିଶା ଲିଡ୍ସ(ବ୍ୟୁରୋ): କିଛି ଦିନର ନୀରବତା ପରେ ରାଜ୍ୟ କଂଗ୍ରେସର ପୁରୁଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କଂଗ୍ରେସ ନେତା ପିସିସି ସଭାପତିଙ୍କ ବିରୁଦ୍ଧରେ କେନ୍ଦ୍ରୀୟ ନେତାଙ୍କୁ ଚିଠି ଲେଖିବାର ଧାରାକୁ ପୁଣି ଆରମ୍ଭ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ନୂଆପଡା ଉପନିର୍ବାଚନ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ଦଳରେ ବିଭୀଷଣ କଥା କହିଥିଲେ । ଏହି କଥାକୁ ବିଶୃଙ୍ଖଳାର ଆକ୍ଷା ଦେଇ ମୋକିମ କେନ୍ଦ୍ରୀୟ ଶୃଙ୍ଖଳା କମିଟିକୁ ଚିଠି ଲେଖିଥିବା ଜଣା ପଡ଼ିଛି । ନୂଆପଡ଼ାରେ ବିଜେଡିକୁ ପଛରେ ପକାଇ କଂଗ୍ରେସ ଦ୍ଵିତୀୟ ସ୍ଥାନ ଦଖଲ କରିଥିଲା ବେଳେ ପିସିସି ସଭାପତି ହେବା ପରେ ରାଜ୍ୟରେ କଂଗ୍ରେସ ସରକାରଙ୍କୁ ବିଭିନ୍ନ ସମୟରେ ଘେରି ଲୋକପ୍ରିୟତା ବଢ଼ାଉଛି । ଏଭଳି ସମୟରେ ମୋକିମ ଚିଠି ଲେଖି ଭକ୍ତଙ୍କୁ ଅଡ଼ୁଆରେ ପକାଇବାକୁ ଉଦ୍ୟମ କରିଛନ୍ତି । ଏହାକୁ ଦଳର ଶୀର୍ଷ ନେତା କିଭଳି ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ସୂଚନାଯୋଗ୍ୟ ମହମ୍ମଦ ମୋକିମ ପିସିସି ସଭାପତି ପଦ ପାଇଁ ଅନ୍ୟତମ ଦାବିଦାର ଥିଲେ ।




















