ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ଯାଜପୁରର ପୂର୍ବତନ ସାଂସଦ ରିତା ତରାଇ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଥିଲେ । ଦଳ ବିଗତ ଦିନରେ ତାଙ୍କ ବଦଳରେ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିଥିଲା । ଶର୍ମିଷ୍ଠା ବିଜୟୀ ମଧ୍ୟ ହୋଇଥିଲେ । ହେଲେ ଗତ ନିର୍ଵାଚନରେ ଶର୍ମିଷ୍ଠା ପରାଜିତ ହୋଇଥିଲେ । ପରାଜିତ ହେଲେ ମଧ୍ୟ ଦଳ ଶର୍ମିଷ୍ଠାଙ୍କୁ ଗୁରୁତ୍ୱ ଦେଉଛି । ଶର୍ମିଷ୍ଠା ମଧ୍ୟ ଦଳୀୟ ସଭା ସମିତିରେ ଯୋଗଦାନ କରୁଛନ୍ତି । ଏପରି ସମୟରେ ରିତା ବିଜେଡିରେ ପ୍ରାସଙ୍ଗିକତା ହରାଇଛନ୍ତି । ତେଣୁ ସେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ଚର୍ଚ୍ଚା ହେଉଛି ।




















