ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର କିଆନାଳୀ କୂଳ ମେଡ଼ିକାଲ କଲେଜ ସମ୍ମୁଖରେ ପ୍ରତିଷ୍ଠା ହୋଇଛି ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରବାଦ ପୁରୁଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି । ରାତି ସମୟରେ ଏହାକୁ ଆଲୋକିତ କରିବାକୁ ପ୍ରତିମୂର୍ତ୍ତିର ଚତୁରପାର୍ଶ୍ଵରେ ହାଲୋଜେନ ଲାଇଟ ଲଗାଯାଇଥିଲା । ହେଲେ ବିଡ଼ମ୍ବନାର ବିଷୟ କେହି ଏହି ଲାଇଟ ଗୁଡିକ ଖୋଲି ନେଇଥିବା ଦେଖିବାକୁ ମିଳିଛି । ଫଳରେ ମହାନ ସ୍ୱାଧୀନତା ସଂଗ୍ରାମୀ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନ୍ଧାରରେ ବୁଡି ଯାଉଛି । କିଏ ଏହି ଲାଇଟ ଗୁଡିକ ଖୋଲି ନେଇଛି ଜିଲ୍ଲା ପ୍ରଶାସନ ତାର ତଦନ୍ତ କରିବା ସହିତ ତୁରନ୍ତ ଲାଇଟ ଲଗାଇବାର ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବି ଦାବି କରିଛନ୍ତି ।




















