Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ତୁମୁଣିରେ ଗ୍ରାମ୍ୟ ଏକତାର ଅନନ୍ୟ ଉଦାହରଣ : ଘର ତୋଳିବାକୁ ମିଳିତ ଉଦ୍ୟମ

ତୁମୁଣିରେ ଗ୍ରାମ୍ୟ ଏକତାର ଅନନ୍ୟ ଉଦାହରଣ : ଘର ତୋଳିବାକୁ ମିଳିତ ଉଦ୍ୟମ

ଓଡ଼ିଶା ଲିଡ୍ସ(ଯାଜପୁର):ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନଗଡ଼ା ବେଶ ଚର୍ଚ୍ଚିତ । ନଗଡାର ପଡ଼ୋଶୀ ଦୁର୍ଗମ ତୁମୁଣି ଗାଁରେ ଗ୍ରାମ୍ୟ ଏକତାର ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି । ସରକାରୀ ସୁବିଧାରୁ ବଞ୍ଚିତ ହୋଇଥିଲେ ବି ସାମୁହିକ ଘର ତୋଳିବାକୁ ନେଇ ଗ୍ରାମବାସୀ ଏକ ହୋଇଛନ୍ତି । ପାରମ୍ପରିକ ଛଣଛପର ଓ ଝାଟିମାଟି ଘର ଛାଡ଼ି ଆଜବେସଷ୍ଟସ୍ ଘର ତୋଳିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଶାଳ କିମ୍ବା କଙ୍ଗଡ଼ା କାଠଖୁଣ୍ଟ ଉପରେ ଆଜବେସଷ୍ଟସ୍ ଛାଉଣି କରାଯାଉଛି। ଅଗ୍ନିକାଣ୍ଡ ପ୍ରବଣ ଏହି ଜୁଆଙ୍ଗ ବସ୍ତିରେ ନୂତନ ଗୃହ ନିର୍ମାଣ ସୁରକ୍ଷାର ନୂଆ ଅଧ୍ୟାୟ ସୃଷ୍ଟି କରିଛି ।

କଟକ ବନଖଣ୍ଡ ଅଧିନରେ ପାହାଡ଼ ତଳେ ୨୬ଟି ଜୁଆଙ୍ଗ ଜନଜାତି ପରିବାରକୁ ନେଇ ତୁମୁଣି ଗାଁ ଗଢ଼ିଉଠିଛି। ନା ଗାଁକୁ ରାସ୍ତା ଅଛି ନା ପାନୀୟଜଳ ଓ ବିଦ୍ୟୁତ୍ ବ୍ୟବସ୍ଥା ପହଞ୍ଚି ପାରିଛି ଏହି ଗାଁରେ । ଗ୍ରାମବାସୀ ବହୁବିଧ ମୌଳିକ ସମସ୍ୟା ଦେଇ ଗତି କରୁଛନ୍ତି । ଗରିବ ଜନଜାତିର ବର୍ଗର ହୋଇଥିଲେ ହେଁ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ବିଗତ ସରକାରରେ ପଡ଼ୋଶୀ ନଗଡ଼ାରେ ୭୫ ଜୁଆଙ୍ଗ ପରିବାରକୁ ସରକାରୀ ଆବାସ ଯୋଜନାରେ ପକ୍କାଘର ମିଳିଛି। ପାର୍ଶ୍ବସ୍ଥ ଗୁହିଆଶାଳ ମୌଜାର ୨୬ ଜୁଆଙ୍ଗ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଛନ୍ତି । ହେଲେ ତୁମୁଣିବାସୀଙ୍କ ପାଇଁ ଆବାସ ଯୋଜନା ଏବେବି ଅପହଞ୍ଚ ହୋଇ ରହିଛି । ୨୦୧୫ ମସିହା ମାର୍ଚ୍ଚମାସରେ ଘଟିଥିବା ଅଗ୍ନିକାଣ୍ଡରେ ତୁମୁଣି ଗାଁ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା । ଗୋଟିଏ ପଟେ ଜଳାଭାବ ଓ ଅନ୍ୟପଟେ ଅଗ୍ନିକାଣ୍ଡ ଭୟ ଗ୍ରାମବାସୀଙ୍କୁ ଚିନ୍ତାରେ ପକାଉଥିଲା ।

ଏହାକୁ ଦୃଷ୍ଟିରେ ରଖି ଗତମାସ ତୁମୁଣି ଠାରେ ଗ୍ରାମ ମୁଖିଆ ମିଟୁ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ଡକାଯାଇଥିଲା। ଘର ତୋଳିବାକୁ ଗ୍ରାମବାସୀ ସମ୍ମତି ପ୍ରକାଶ କରିଥିଲେ । ଟଙ୍କା ଜମା କଲେ ଘର ତୋଳି ହେବ ନିଷ୍ପତ୍ତି ପରେ ଅଧିକାଂଶ ପରିବାର ଏଥିପାଇଁ ଟଙ୍କା ଜମା କରିଥିଲେ। କାଳିଆପାଣିରୁ ମିନିଟ୍ରକ୍‌ରେ ନାଲିଆଡାବକୁ ଆଜବେସଷ୍ଟସ୍ ଆସିଥିଲା । ନାଲିଆଡାବରୁ ଭାର ଯୋଗେ ଲୋକେ ୨ ଦିନଧରି ଗାଁକୁ ଆଜବେସଷ୍ଟସ୍ ବୋହିଥିଲେ। ପାହାଡ଼ି ଗୁଳାବାଟରେ ୩ କିଲୋମିଟର ଧରି ଆଜବେସଷ୍ଟସ୍ ବୁହା କଷ୍ଟକର ବ୍ୟାପାର ଥିଲାବେଳେ ହାରି ଯାଇ ନଥିଲେ ତୁମୁଣିବାସୀ। ପୁରୁଣା ଘରର ଅଧିକାଂଶ ଗୃହନିର୍ମାଣ ସରଞ୍ଜାମ ନୂଆଘରରେ ବ୍ୟବହାର କରି ନୂତନ ଗୃହ ନିର୍ମାଣ ହେଉଛି । ନୂଆ ଘରେ ସୁରକ୍ଷିତ ଭାବେ ରହିବାକୁ ଗ୍ରାମବାସୀ ମେଞ୍ଚାଏ ସ୍ୱପ୍ନ ନେଇ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ୁଛନ୍ତି । ନିଜ ସୁରକ୍ଷା ପାଇଁ ନିଜ ସଞ୍ଚିତ ଅର୍ଥରେ ଗୃହ ନିର୍ମାଣ କରୁଥିବା ତୁମୁଣିବାସୀଙ୍କୁ କେବେ ସରକାର ସହଯୋଗର ହାତ ବଢ଼ାଇବେ ତାକୁ ଅପେକ୍ଷା ରଖାଯାଉ ।

Leave a comment

Your email address will not be published. Required fields are marked *