ଓଡ଼ିଶା ଲିଡ୍ସ(ବ୍ୟୁରୋ): କୁକୁଡ଼ା ଚାଷ ପାଇଁ ଲାଞ୍ଚ ନେଲା ବେଳେ ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୁଭାଶିଷ ସାମଲ ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ କୁକୁଡ଼ା ଫାର୍ମ ନିର୍ମାଣର ଦ୍ବିତୀୟ କିସ୍ତି ସବସିଡି ପାଇଁ ଶ୍ରୀ ସାମଲ ଏହି ଟଙ୍କା ଲାଞ୍ଚ ନେଉଥିଲେ।
ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ହିତାଧିକାରୀ ୨୦୨୪ ଡିସେମ୍ବର ୧୨ ତାରିଖରେ ରାଜ୍ୟ ସରକାରଙ୍କ ଯୋଜନାରେ କୁକୁଡ଼ା ଫାର୍ମ ପାଇଁ ଆବେଦନ କରିଥିଲେ। ଏହି ପ୍ରକଳ୍ପ ପାଇଁ ୭ ଲକ୍ଷ କୋଡିଏ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏଥିରେ ସବସିଡି ମୂଲ୍ୟ ୪,୩୨,୨୦୦ ଟଙ୍କା ଥିଲା। ସରକାରଙ୍କ ଯୋଜନା ଅନୁସାରେ ପ୍ରଥମ କିସ୍ତିର ସବସିଡି ଟଙ୍କା ମିଳିଥିଲା। ପ୍ରକଳ୍ପ ଯାଞ୍ଚ ପରେ ଦ୍ବିତୀୟ କିସ୍ତି ୨,୧୬,୦୦୦ ଟଙ୍କାରେ ଟଙ୍କା ମିଳିବାର ଥିଲା। ଏଥିପାଇଁ ଶ୍ରୀ ସାମଲ ୩୦ ହଜାର ଟଙ୍କା ଲାଞ୍ଚ ଦାବି ଅନୁଯାୟୀ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଶ୍ରୀ ସାମଲଙ୍କ ବରୀ ବ୍ଲକ ବାଳିବିଲି ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ମଧ୍ୟ ସୂଚନା ମିଳିଛି ।




















