Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > ରାଜ୍ୟ > ମା’ ବିରାଜଙ୍କ ପୀଠରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଦର୍ଶନ ସହିତ ନାଭିଗୟାରେ ପିତୃପୁରୁଷଙ୍କୁ କଲେ ପିଣ୍ଡଦାନ

ମା’ ବିରାଜଙ୍କ ପୀଠରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଦର୍ଶନ ସହିତ ନାଭିଗୟାରେ ପିତୃପୁରୁଷଙ୍କୁ କଲେ ପିଣ୍ଡଦାନ

ଓଡ଼ିଶା ଲିଡ୍ସ: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଯାଜପୁର ଗସ୍ତରେ ଆସି ମା’ବିରଜାଙ୍କ ଦର୍ଶନ କରିବା ସହିତ ନାଭିଗୟାରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଏହା ପ୍ରଥମ ଯାଜପୁର ଗସ୍ତ ଥିଲାବେଳେ ତାଙ୍କୁ ଜିଲ୍ଲାବାସୀ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଯାଜପୁରବାସୀ ଏହି ଐତିହାସିକ ମୁହୂର୍ତ୍ତର ମଧ୍ୟ ସାକ୍ଷୀ ହୋଇଛନ୍ତି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିନ ୯.୩୦ ମିନିଟ ସମୟରେ ଯାଜପୁରର ପ୍ରଶାସନିକ ଭବନ ପଡ଼ିଆବହେଲିପ୍ୟାଡରେ ଅବତରଣ କରିଥିଲେ। ସେଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ଡା.ରବୀନ୍ଦ୍ର ନାରାୟଣ ବେହେରା, ଯାଜପୁର ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀର ବିଧାୟକ ଓ ବିଧାୟିକା ବୃନ୍ଦ, ଜିଲ୍ଲାପରିଷଦ ଅଧ୍ୟକ୍ଷା, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗୁହା ପୁନମ ତାପସ କୁମାର, ଜିଲ୍ଲାପାଳ ଅମ୍ବର କୁମାର କର, ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ମହାମହିମ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ।

ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପ୍ରକାର ଆନୁଷଙ୍ଗିକ ଆୟୋଜନ କରାଯାଇଥିଲା। ମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ଫୁଲରେ ସଜା ଯାଇଥିଲା ।

ବିମାନରୁ ଅଵତରଣ ପରେ ରାଷ୍ଟ୍ରପତି ସ୍ଵତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ମା’ ବିରଜାଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ।

ବିରଜା ମନ୍ଦିରରେ ପହଞ୍ଚି ହସ୍ତପଦ ପ୍ରକ୍ଷାଳନ କରି ମନ୍ଦିରରେ ପ୍ରବେଶ କରିଥିଲେ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ। ପ୍ରାୟ ୧ ଘଣ୍ଟା ଧରି ପୂଜା ପାଠ କରିଥିଲେ । ଏହି କାର୍ଯ୍ୟରେ ଚାରି ଜଣ ସେବାୟତ ବ୍ରାହ୍ମଣ ନିୟୋଜିତ ହୋଇଥିଲେ। ପିଣ୍ଡ ଦାନ ସରିବା ପରେ ମହାମହିମ ରାଷ୍ଟ୍ରପତି ମାଆ ବିରଜାଙ୍କ ଦର୍ଶନ କରି ଆଶିଷ କାମନା କରିଥିଲେ । ଏହା ପରେ ବେଢ଼ା ପରିକ୍ରମା କରି ଗଙ୍ଗେଶ୍ୱର, ମୁକ୍ତେଶ୍ଵର, ସଂହାର ଭୈରବ, ୧୦୮ ଶିବ ଲିଙ୍ଗ ପାର୍ଶ୍ଵ ଦେବା ଦେବୀଙ୍କ ଦର୍ଶନ କରିଥିଲେ ଏବଂ ମୁକ୍ତି ମଣ୍ଡପ ସଭାରେ ଆଶୀର୍ବାଦ ଗ୍ରହଣ କରିଥିଲେ। ରାଷ୍ଟ୍ରପତିଙ୍କ ମନ୍ଦିର ପରିଦର୍ଶନ ସମୟରେ ଚତୁର୍ଦ୍ଦିଗ ବେଦ ମନ୍ତ୍ର ଉଚ୍ଚାରଣ ଓ ହୁଳୁହୁଳି ନାଦରେ ଗୁଞ୍ଜରିତ ହେଉଥିଲା।

ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ବୌଦ୍ଧ ମୂର୍ତ୍ତି ଏବଂ ଟସର ଶାଢ଼ୀ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଏହା ପରେ ନିମନ୍ତ୍ରିତ ବ୍ରହ୍ମକୁମାରୀମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ମନ୍ଦିରରୁ ରାଷ୍ଟ୍ରପତି ସ୍ଵତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ହେଲିପ୍ୟାଡକୁ ଯାତ୍ରା କରିଥିଲେ ଏବଂ ଦିନ ୧୧.୪୦ ମିନିଟ ସମୟରେ ବିମାନ ଯୋଗେ ବାଲେଶ୍ଵର ଅଭିମୁଖେ ଯାତ୍ରା କରିଥିଲେ। ଏହି ଗସ୍ତ ଅବସରରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଜନସାଧାରଣ ଉପସ୍ଥିତ ରହି ମହାମହିମ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିଥିଲେ । ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ସପନ କୁମାର ନନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଉପ ଆରକ୍ଷୀ ଅଧିକ୍ଷକ, ଉପଖଣ୍ଡ ପୋଲିସ ଅଧିକାରୀଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *