ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ଜିଲ୍ଲାର ବିଭିନ୍ନ ଆଇଆଇସିଙ୍କ ବଦଳି କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୧୪୩ ତା ୯।୨।୨୦୨୬ରେ ଏହି ବଦଳି ନିର୍ଦେଶ ପ୍ରକାଶ ପାଇଛି । ଏହି ବଦଳି ନିର୍ଦେଶ ନାମାରେ ବରୀ ଥାନା ଆଇଆଇସି ଜ୍ୟୋତିର୍ମୟୀ ସେଠୀଙ୍କର ବଦଳି ହୋଇଛି । ବରୀ ଥାନାରେ ଯୋଗଦେବା ପରଠାରୁ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ଆଇଆଇସି ସେଠୀ । ତାଙ୍କର ବଦଳି ଯାଜପୁର ରୋଡ଼ ସାଇବର ଥାନାକୁ ହୋଇଥିଲା ବେଳେ କୁଆଖିଆ ଥାନା ଅଧିକାରିଣୀ ଚନ୍ମୟୀ ସାହୁଙ୍କୁ ବରୀ ଥାନାକୁ ବଦଳି କରାଯାଇଛି । ଜ୍ୟୋର୍ତିମୟୀ ବରୀ ଥାନାରେ ଯୋଗ ଦେବା ଠାରୁ ବିଭିନ୍ନ ଘଟଣାକ୍ରମରେ ବିବାଦିୟ ହୋଇ ପଡ଼ିଥିଲେ। ଚିନ୍ମୟୀ ସାହୁ ଜଣେ ଦକ୍ଷ ପୋଲିସ ଅଧିକରିଣୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲା ବେଳେ ତାଙ୍କ ଯୋଗଦାନ ଫଳରେ ବରୀରେ ବିଗିଡି ଯାଇଥିବା ଆଇନ ଶୃଙ୍ଖଳାରେ ପରିବର୍ତ୍ତନ ହେବ ବୋଲି ବରୀବାସୀ ଆଶା କରିଛନ୍ତି ।




















